ଚଉଠି ରାତିରେ ସ୍ତ୍ରୀ ପେଟରେ ଷ୍ଟିଚ୍ ଦେଖିଲା ସ୍ୱାମୀ, ପରୀକ୍ଷା କରିବାରୁ ଯାହା ଜଣାପଡିଲା ଜାଣି ସ୍ୱାମୀର ଉଡ଼ିଗଲା ହୋସ୍

 
Stitch

ଧୂମଧାମରେ ବାହାଘର ହେଲା ଚଉଠି ପାଇଁ ବର କନିଆଁ ମଧ୍ୟ ପ୍ରସ୍ତୁତ ହୋଇ ରହିଥିଲେ। କିନ୍ତୁ, ସେହିଦିନ ସ୍ତ୍ରୀର ପେଟରେ ଷ୍ଟିଚ୍ ପଡ଼ିଥିବାର ଦେଖିଥିଲା ସ୍ୱାମୀ। ସ୍ୱାମୀ ଜଣକ RTI ମାଧ୍ୟମରେ ଏଥିନେଇ ତନାଘନା କରିବା ପରେ ତାଙ୍କ ସ୍ତ୍ରୀ ବିବାହର ତିନି ମାସ ପୂର୍ବରୁ ଗର୍ଭବତୀ ଥିବା ଜଣାପଡିଛି। ଏଥିନେଇ ବ୍ୟକ୍ତି ଜଣକ ସ୍ତ୍ରୀ ଏବଂ ତାର ପରିବାର ବିରୋଧରେ ଏତଲା ଦେଇଛନ୍ତି।

Suhagrat

ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଥିବା ଜଣାଯାଇଛି। ସ୍ୱାମୀ ଜଣକ କରିଥିବା ଅଭିଯୋଗ ଅନୁଯାଇ ଅଶୋକନଗର ଜିଲ୍ଲାର ଜଣେ ଯୁବତୀଙ୍କ ସହିତ ତାଙ୍କର ବିବାହ ସ୍ଥିର ହୋଇଥିଲା। ନିର୍ବନ୍ଧ ପରଠାରୁ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଚାଲୁ ରହିଥିବା ବେଳେ ସୁରୁଖୁରୁରେ ବାହାଘର ମଧ୍ୟ ହୋଇ ଯାଇଥିଲା। ତେବେ, ଚଉଠି ଦିନ ରାତିରେ ସ୍ତ୍ରୀ ପେଟରେ ଷ୍ଟିଚ୍ ପଡିଥିବା ବ୍ୟକ୍ତି ଜଣକ ଦେଖିବାକୁ ପାଇଥିଲେ। ସେତବେଳେ ସେ ଚୁପ ରହିଥିବା ବେଳେ ପରମ୍ପରା ଅନୁଯାଇ କିଛି ଦିନ ପରେ ମହିଳା ଜଣକ ବାପ ଘରକୁ ଚାଲି ଆସିଥିଲେ।

Court

ଏହାପରେ ସନ୍ଦେହ ହୋଇଥିବାରୁ ବ୍ୟକ୍ତି ଜଣକ ସ୍ତ୍ରୀକୁ ତାଙ୍କ ବାପଘରୁ ଆଣିନଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ମହିଳା ଏବଂ ତାଙ୍କ ପରିବାର ଲୋକେ ପାଲଟା ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ। ତେବେ, ଏହାରି ଭିତରେ ତାଙ୍କ ସ୍ତ୍ରୀ ବିବାହର ୩ ମାସ ପୂର୍ବରୁ ଗର୍ଭବତୀ ଥିବା ବେଳେ ଗର୍ଭପାତ କରାଇଥିବା ଝିଅର କିଛି ସମ୍ପର୍କୀୟ ଏବଂ RTI ମାଧ୍ୟମରେ ବ୍ୟକ୍ତି ଜଣକ ଜାଣିବାକୁ ପାଇଥିଲେ। କିଛିବର୍ଷ ପୂର୍ବରୁ ସେ ଏକ ସ୍କୁଲରେ ପାଠ ପଢ଼ାଉଥିବା ବେଳେ ସେଠାରେ ଜଣେ ଶିକ୍ଷକଙ୍କ ସହିତ ପ୍ରେମ ସମ୍ପର୍କ ରହିଥିବା ସାମ୍ନାକୁ ଆସିଥିଲା। ସ୍ୱାମୀ ଜଣକ ଏଥିନେଇ ଏତଲା ଦେଇଥିବା ବେଳେ ଉଭୟଙ୍କ ମାମଲା କୋର୍ଟରେ ପହଞ୍ଚିଛି।