ବାହାଘର ପରେ ସେକ୍ସ କରିବାକୁ ମନା କଲା ସ୍ୱାମୀ, ଥାନାରେ ପହଞ୍ଚିଗଲା ସ୍ତ୍ରୀ, ପୂରା ଘଟଣା ଜାଣି ହେବେ ତାଜୁବ୍

 
No sex

ବିବାହପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ଏବଂ ମନୋମାଳିନ୍ୟ ହେବା କିଛି ବଡ଼ କଥା ନୁହେଁ। ସ୍ୱାମୀ ଠାରୁ ଶାରୀରିକ ସୁଖଃ ନ ପାଇବାରୁ ସ୍ତ୍ରୀ ଥାନାରେ ଏତଲା ଦେବା ଭଳି ଘଟଣା ଶୁଣିବାକୁ କୌଣସି ଚଳଚ୍ଚିତ୍ରର ସଂଳାପ ଭଳି ଲାଗୁଥିବ ନିଶ୍ଚିତ। କିନ୍ତୁ, ଅହମ୍ମଦାବାଦ ଠାରେ ଏହିପରି ଏକ ବିଚିତ୍ର ଘଟଣା ଘଟିଥିବା ନେଇ ସୂଚନା ମିଳିଛି।

Fight

ଘଟଣା ମୁତାବକ ଅଭିଯୋଗ କରିଥିବା ମହିଳା ଜଣକ ଗତବର୍ଷ ବରୋଦାର ଜଣେ ଯୁବକଙ୍କ ସହିତ ବିବାହ କରିଥିଲେ। ସେମାନଙ୍କର ଏକ ମାଟ୍ରିମୋନିଆଲ ସାଇଟରୁ ଦେଖା ହୋଇଥିବା ଜଣାଯାଇଛି। କିନ୍ତୁ, ବିବାହ ପରଠାରୁ ସ୍ୱାମୀ ତାଙ୍କ ସହିତ କୌଣସି ଶାରୀରିକ ସମ୍ପର୍କ ରଖନ୍ତି ନାହିଁ ଏବଂ ଏଥିନେଇ କହିଲେ ତଣ୍ଟି ଚିପିଦେବା ସହିତ ନିର୍ଯାତନା ଦିଅନ୍ତି ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି।

FIR

ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ୱାମୀ ରାତିରେ ଅଜବ ପ୍ରକାର କପଡା ପିନ୍ଧି ଥାଆନ୍ତି। ସେକ୍ସ କରିବା ପାଇଁ କହିଲେ ସଫା ସଫା ମନା କରିଦେବା ସହିତ ସେ ପୁରୁଷ ନୁହଁନ୍ତି ବୋଲି ସ୍ୱାମୀ କହୁଥିବା ମହିଳା କହିଛନ୍ତି। ସ୍ୱାମୀ ପ୍ରାୟତଃ ଆଇଭିଏଫ୍ ମାଧ୍ୟମରେ ସନ୍ତାନ ଜନ୍ମ ପରିବାକୁ କୁହନ୍ତି । ମୁଁ ମନା କରିବାରୁ ମୋତେ ଧକ୍କା ମାରିବା ସହ ଘରୁ ତଡ଼ିଦେଲେ ବୋଲି ପିଡ଼ିତା ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ ଘରକୁ ଫେରାଇ ଆଣିବା ପାଇଁ ୨୫ ଲକ୍ଷ ଟଙ୍କା ଦାବି କରୁଥିବା ମଧ୍ୟ ଥାନାରେ ଅଭିଯୋଗ ହୋଇଛି।