ବିବାହକୁ ପୁରିଛି ମାତ୍ର ଦେଢ଼ ମାସ, କିନ୍ତୁ ସ୍ତ୍ରୀ ଚାରିମାସର ଗର୍ଭବତୀ! ଆଉ ତାପରେ ଏମିତି ପଦକ୍ଷେପ ନେଲା ସ୍ୱାମୀ

 
Pregnant

ବିବାହକୁ ମାତ୍ର ଦେଢ଼ ମାସ ପୁରିଛି କିନ୍ତୁ ସ୍ତ୍ରୀ ୪ ମାସର ଗର୍ଭବତୀ! ଏପରି ଖବର ପାଇବା ପରେ ସ୍ୱାମୀର ଅକଲ୍ ଗୁଡୁମ। ଦେଢ଼ ମାସ ତଳେ ବିବାହ କରି ସୁନାର ସଂସାର ଗଢିବାକୁ ସ୍ୱପ୍ନ ଦେଖୁଥିବା ବେଳେ ନବବିବାହିତା ସ୍ତ୍ରୀର ପାପ ସମ୍ପର୍କ ବିଷୟରେ ଜାଣିବା ପରେ ଥାନାରେ ଏତଲା ଦେଇଛି ସ୍ୱମୀ। ତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର କୋଲହୁଇ ପୋଲିସ ଷ୍ଟେସନ ଅଧୀନସ୍ଥ ଏକ ଗାଁରେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି।

Frustration

 ସ୍ୱାମୀ କରିଥିବା ଅଭିଯୋଗ ଅନୁଯାଇ ଦେଢ଼ ମାସ ତଳେ ଜଣେ ସମ୍ପର୍କୀୟ ଆଣିଥିବା ପ୍ରସ୍ତାବରେ ସେ ପାଖ ଜିଲ୍ଲାର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ସବୁକିଛି ଠିକ ଚାଲିଥିବା ବେଳେ ହଠାତ ଯୁବତୀଙ୍କ ପେଟର ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ କୋଲହୁଇକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେ ଚାରି ମାସର ଗର୍ଭବତୀ ଥିବା ଜଣାପଡିଥିଲା।

Ultrasound

 ଏହା ଜଣାପଡ଼ିବା ପରେ ନବବିବାହିତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲେ ହେଁ ସେମାନେ ପାଲଟା ଝଗଡ଼ା ଆରମ୍ଭ କରିଥିଲେ। ଏଥିନେଇ ଯୁବକଙ୍କ ପରିବାର ଲୋକେ ନବବିବାହିତା ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ତେବେ, ଏହା ସ୍ୱାମୀ-ସ୍ତ୍ରୀଙ୍କ ବ୍ୟକ୍ତିଗତ ମାମଲା ହୋଇଥିବାରୁ ସେମାନଙ୍କୁ ନିଷ୍ପତ୍ତି ନେବାକୁ ପୋଲିସ ପକ୍ଷରୁ କୁହାଯାଇଛି।