କ'ଣ ପାଇଁ କେବଳ ରାତିରେ ହିଁ ବିଦେଶ ଗସ୍ତ କରନ୍ତି ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ଏହାର କାରଣ…

କ୍ୱାର୍ଡ ଦେଶର ବୈଠକରେ ସାମିଲ ହେବା ପାଇଁ ଜାପାନ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟୋକିଓ ଠାରେ ଚଳିତମାସ ୨୩ ଏବଂ ୨୪ ତାରିଖରେ ହେବାକୁ ଥିବା ବୈଠକରେ ସେ ଭାରତର ପ୍ରତିନିଧିତ୍ୱ କରିବେ। ଏହି ଦୁଇ ଦିନିଆ ଗସ୍ତ ସମୟରେ ସେ ଅଷ୍ଟ୍ରେଲିଆ ଏବଂ ଆମେରିକାର ମୁଖ୍ୟଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଗସ୍ତ ପାଇଁ ମୋଦି ଗତକାଲି ରାତିରେ ଜାପାନ ଗସ୍ତରେ ବାହାରିଛନ୍ତି।
ତେବେ, ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ପ୍ରାୟତଃ ରାତିରେ ଯାଉଥିବା ଆପଣ ନିଶ୍ଚିତ ଭାବରେ ଲକ୍ଷ୍ୟ କରିଥିବେ। ଏହାର ମଧ୍ୟ କେତୋଟି ଖାସ୍ କାରଣ ରହିଛି। ଏହାର ପ୍ରମୁଖ କାରଣ ହେଉଛି ସମୟ ବଞ୍ଚାଇବା। ରାତିରେ ବିଦେଶ ଗସ୍ତରେ ଗଲେ କାମ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମୟ ବଞ୍ଚୁଥିବା କୁହାଯାଉଛି। ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବ୍ୟ ସୂଚନା ଦେଇଛନ୍ତି।
PM Modi will be leaving for Tokyo on the night of 22 May, arriving early next morning and heading straight to work. Overall, he would have visited 5 countries this month while spending a total of only 3 nights in these countries and 4 on plane to save time.https://t.co/YCZafOo72O
— Amit Malviya (@amitmalviya) May 21, 2022
ଶ୍ରୀ ମାଲବ୍ୟ ଏକ ଟ୍ୱିଟ ଯୋଗେ ଲେଖିଛନ୍ତି ଯେ,"ଆଜି ମୋଦିଜୀ ଜାପାନ ଗସ୍ତରେ ବାହାରିଛନ୍ତି। ସକାଳୁ ସେ ସେଠାରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ଚଳିତ ମାସରେ ୫ଟି ଦେଶ ଗସ୍ତ କରିଛନ୍ତି। କେବେ ଯାତ୍ରା ବେଳେ ସେ କେବଳ ତିନିଟି ରାତି କୌଣସି ଦେଶରେ ରହିଛନ୍ତି, ଅନ୍ୟ ୪ ରାତି ସେ ବିମାନରେ ବିତାଇଛନ୍ତି। ରାତିରେ ଗସ୍ତ କରିବା ଦ୍ୱାରା ଅଧିକ ସମୟ ବଞ୍ଚୁଥିବା ବେଳେ ଲୋକଙ୍କ ସହ ସମୟ ବିତାଇବାର ସୁଯୋଗ ମଧ୍ୟ ପାଉଛନ୍ତି"।