ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ କାହିଁକି ଦ୍ରୌପଦୀ ମୁର୍ମୁଙ୍କୁ ବାଛିଲା ଏନଡ଼ିଏ? ସାମ୍ନାକୁ ଆସିଲା ଅସଲ କାରଣ

 
President probables

ବିଜେପି ନେତୃତ୍ୱାଧୀନ ଏନଡିଏ ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀନି ଭାବରେ ଚୟନ କରିଛି। ଏଥିନେଇ ଅନେକଙ୍କ ନାମ ସାମ୍ନାକୁ ଆସିଥିଲେ ହେଁ ଦ୍ରୌପଦୀଙ୍କୁ ହିଁ କଣ ପାଇଁ ଚୟନ କରାଯାଇଛି ସେଥିନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ତେବେ, ଏଥିନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ଏଥର ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବିଜେପି ପକ୍ଷରୁ ଆଦିବାସୀ ସଂପ୍ରଦାୟକୁ ଗୁରୁତ୍ୱ ଦିଆଯାଇଥିବା ସେ କହିଛନ୍ତି।

Draupadi murmu

ଦ୍ରୌପଦୀ ଜଣେ ଆଦିବାସୀ ମହିଳା ହୋଇଥିବା ବେଳେ ସେ ଜଣେ ଆଧ୍ୟାତ୍ମିକ ମହିଳା ଅଟନ୍ତି, ଏଥିସହିତ ସେ ଏହା ପୂର୍ବରୁ ଝାରଖଣ୍ଡର ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ତେଣୁ, ତାଙ୍କୁ ଏହି ସୁଯୋଗ ମିଳିଲା ବୋଲି ଶ୍ରୀ ଟୁଡୁ କହିଛନ୍ତି। ତେବେ, ଏଥିରେ ବିଜେଡି ସମର୍ଥନକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ,"ସଂସଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ଏନଡିଏକୁ ସମର୍ଥନ କରିଛି । ତେଣୁ ରାଷ୍ଟ୍ରହିତ ପାଇଁ ବିଜେଡି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ସ୍ୱାଭାବିକ ଅଟେ"।

Bishwewar tudu

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ୧୮ ଜୁଲାଇରେ ମତଦାନ ହେବ। ଏହାରି ଭିତରେ ଏନଡ଼ିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀନି ଥିବା ଦ୍ରୌପଦୀଙ୍କର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢ଼ାଇ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ତରଫରୁ ଦ୍ରୌପଦୀଙ୍କ ପାଇଁ ଜେଡ୍ ପ୍ଲସ୍ ସିକ୍ୟୁରିଟିର ବ୍ୟବସ୍ଥା କରାଯାଇଛି।