ଦେଶର ରାଷ୍ଟ୍ରପତିଙ୍କ ନାମ ଦ୍ରୌପଦୀ ମୁର୍ମୁ ନୁହେଁ! ଏମିତି କାହିଁକି କହିଲେ ମ୍ୟାଡମ ମୁର୍ମୁ, ଜାଣନ୍ତୁ

 
Draupadi murmu

ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ଏପର୍ଯ୍ୟନ୍ତ ଦେଶର ସର୍ବୋଚ୍ଚ ପଦରେ ବସିଥିବା ସେ ଏକମାତ୍ର ଓଡ଼ିଆ ଏବଂ ଆଦିବାସୀ ଅଟନ୍ତି। ତେବେ, କଣ ଆପଣ ଜାଣନ୍ତି ଦ୍ରୌପଦୀ ତାଙ୍କର ପ୍ରକୃତ ନାମ ନୁହେଁ! ଆଜ୍ଞା ହଁ, ତାଙ୍କର ପ୍ରକୃତ ନାମ ସାନ୍ତାଳି ଭାଷାରେ 'ପୁତୀ' ଅଟେ। ସ୍କୁଲ ସମୟରେ ତାଙ୍କର ଜଣେ ଶିକ୍ଷକ ଦ୍ରୌପଦୀ ନାମ ଦେଇଥିଲେ।

Madam murmu

ଶ୍ରୀମତୀ ମୁର୍ମୁଙ୍କ କହିବା ଅନୁଯାଇ ୧୯୬୦ ଦଶକରେ ମୟୁରଭଞ୍ଜ ଜିଲ୍ଲାକୁ କଟକ କିମ୍ବା ବାଲେଶ୍ୱରରୁ ହିଁ ପଢ଼ାଇବା ପାଇଁ ଆସୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକଙ୍କୁ ତାଙ୍କ ନାଁ ଭଲ ନ ଲାଗିବାରୁ ସେ ଏହି ନାମକୁ ବଦଳାଇ ଦେଇଥିଲେ। ସ୍କୁଲ ଏବଂ କଲେଜ ସମୟରେ ଦ୍ରୌପଦୀଙ୍କର ଉପନାମ ଟୁଡୁ ଥିଲା। କିନ୍ତୁ, ପରବର୍ତ୍ତୀ ସମୟରେ ସେ ବ୍ୟାଙ୍କ୍‌ ଅଧିକାରୀ ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିବା ପରେ ତାଙ୍କ ନାମ ଦ୍ରୌପଦୀ ମୁର୍ମୁକୁ ପରିବର୍ତ୍ତିତ ହୋଇଥିଲା।

Draupadi murmu

ଭାରତର ସର୍ବୋଚ୍ଚ ପଦରେ ବସିବା ପୂର୍ବରୁ ଦ୍ରୌପଦୀ ଅନେକ ବାଧା ବିଘ୍ନ ଦେଇ ଗତି କରିଛନ୍ତି। ପ୍ରଥମେ ବଡ଼ପୁଅ ପରେ ସାନପୁଅ ସିପୁନ ଏବଂ ପରେ ୨୦୧୪ ମସିହାରେ ନିଜ ସ୍ୱାମୀଙ୍କୁ ହରାଇ ସେ ଚାପଗ୍ରସ୍ତ ହୋଇ ପଡ଼ିଥିଲେ। କେବଳ ଏତିକି ନୁହେଁ ଏହାରି ଭିତରେ ତାଙ୍କ ଭାଇ ଏବଂ ମାଆଙ୍କର ମଧ୍ୟ ଦେହାନ୍ତ ହୋଇଥିଲା। ପରେ ଇଶ୍ୱରୀୟ ପ୍ରଜାପତି ବ୍ରହ୍ମା କୁମାରୀଙ୍କର ଏକ ଅଂଶ ହୋଇ ଯୋଗ ଅଭ୍ୟାସ ଏବଂ ଧ୍ୟାନ କରିବା ଫଳରେ ସେ ପୂର୍ବ ଅବସ୍ଥାକୁ ଫେରି ପାରିଥିଲେ।