ଦେଖନ୍ତୁ ଭିଡ଼ିଓ: ଦ୍ରୁତ ଗତିରେ କାର୍ ଚଲାଉଥିଲେ ପନ୍ତ, ସାମ୍ନାକୁ ଆସିଲା ଦୁର୍ଘଟଣା ସମୟର ସିସିଟିଭି ଫୁଟେଜ୍, ଧକ୍କା ପରେ ଘଟିଥିଲା ଏମିତି
ଏକ ଭୟଙ୍କର କାର ଦୁର୍ଘଟଣାରେ ଭାରତୀୟ କ୍ରିକେଟ୍ ଦଳର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଗୁରୁତର ଆହତ ହୋଇଛନ୍ତି। ସେ ଆଗାମୀ ଶ୍ରୀଲଙ୍କା ODI ଏବଂ ଟି -20 ସିରିଜ ପାଇଁ ମନୋନୀତ ହୋଇନାହାଁନ୍ତି। ଏଭଳି ପରିସ୍ଥିତିରେ ସେ ଦିଲ୍ଲୀରୁ ରୁର୍କି ଯାଇ ତାଙ୍କ ମାଙ୍କୁ ଭେଟିବାକୁ ଯାଉଥିଲେ, ଏହି ସମୟରେ ସକାଳ ପ୍ରାୟ 5 ଟା ସମୟରେ ତାଙ୍କ କାର ଗୁରୁକୁଲ ନରସନ ଅଞ୍ଚଳରେ ଥିବା ଡିଭାଇଡର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯେଉଁ କାରଣରୁ କାରରେ ନିଆଁ ଲାଗିଯାଇଥିଲା। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏହି ଦୁର୍ଘଟଣା କେତେ ଭୟଙ୍କର ଥିଲା ଦେଖିବାକୁ ମିଳୁଛି।
ଋଷଭ ପନ୍ତ ଦିଲ୍ଲୀରୁ ରୁର୍କିସ୍ଥିତ ତାଙ୍କ ଘରକୁ ଯାଉଥିବାବେଳେ ତାଙ୍କ ଗାଡି ରୁର୍କିର ଗୁରୁକୁଲ ନରସନ ଅଞ୍ଚଳରେ ଥିବା ଡିଭାଇଡରକୁ ଜୋରଦାର୍ ଧକ୍କା ଦେଇଥିଲା। ଧକ୍କା ହେବା ମାତ୍ରେ କାରଟି ନିଆଁକୁ ଆୟତ୍ତ କରିଥିଲା। ଯେଉଁଥିରେ ଋଷଭ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ଶୀଘ୍ର ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଡାକ୍ତରଙ୍କ କହିବାନୁସାରେ, 25 ବର୍ଷୀୟ ଖେଳାଳିଙ୍କ ଗୋଡରେ ଗଭୀର ଆଘାତ ଲାଗିଛି। ଯେଉଁଥିପାଇଁ ତାଙ୍କର ପ୍ଲାଷ୍ଟିକ୍ ସର୍ଜରୀ ମଧ୍ୟ କରାଯାଇପାରେ। ଏଥି ସହିତ ଋଷଭ ପନ୍ତଙ୍କ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳୁଛି ଯେ ପନ୍ତଙ୍କ କାର ବହୁତ ବେଗରେ ଥିଲା। ଏହା ମଧ୍ୟ ନିଶ୍ଚିତ ହୋଇଛି ଯେ ସେ ନିଜେ ଗାଡି ଚଳାଉଥିଲେ।
ଏହି ଭାଇରାଲ୍ ଭିଡିଓଟି ଏକ ସିସି ଟିଭି କ୍ୟାମେରାର ଯେଉଁଥିରେ ଦେଖିବାକୁ ମିଳେ ଯେ ଡିଭାଇଡରକୁ ଧକ୍କା ଦେବା ପରେ ପନ୍ତଙ୍କ କାରକୁ ପ୍ରାୟ 100 ମିଟର ପର୍ଯ୍ୟନ୍ତ ଟାଣି ହୋଇ ପଳେଇଛି। ଅନ୍ୟ ଏକ ଭିଡିଓ ମଧ୍ୟ ଅଛି ଯେଉଁଥିରେ ଦେଖାଯାଏ ଯେ କାରର ପ୍ରତ୍ୟେକ ଅଂଶ ପାଉଁଶ ହୋଇଯାଇଛି।