ଦେଖନ୍ତୁ ଭିଡ଼ିଓ: ଶିଶୁ ଉପରେ ମା’ର ଜୁଲମ୍ ନିର୍ଘାତ ମାଡ଼ ମାରି ଦେଢ଼ ବର୍ଷର ଶିଶୁକୁ ବାହାରକୁ ଫୋପାଡ଼ିଦେଲେ ମହିଳା
ପିଲାଟିଏ ପାଇଁ ଦୁନିଆର ଯେତେ ବିପଦ ଆପଦ ଆସୁ ନା କାହିଁକି ବାପା ମାଆ ତା ପାଇଁ ଢାଲ ହୋଇ ଠିଆ ହୋଇଥାନ୍ତି। କିନ୍ତୁ, ସମୟ ବଦଳିବା ସହ ମଣିଷର ମାନସିକତାରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏବେ ଏହିପରି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମହିଳା ଅତି ନିର୍ମମ ଭାବରେ ନିଜର ଦେଢ଼ ବର୍ଷର ଶିଶୁକୁ ପିଟୁଥିବାର ଦେଖିବାକୁ ମିଳୁଛି।
ମଧ୍ୟପ୍ରଦେଶ ଉଜ୍ଜୟନୀର ଜୁନା ସହରର ବାଲାଜୀ ମନ୍ଦିର ନିକଟରେ ଏଭଳି ଏକ ଘଟଣା ଘଟିଥିବା ଜାଣିବାକୁ ମିଳିଛି। ସେଠାରେ ଧର୍ମେନ୍ଦ୍ର ଏବଂ କୋମଲ ଦମ୍ପତ୍ତି ଭାବରେ ରୁହନ୍ତି, ସେମାନଙ୍କର ଲତିକା ନାମକ ଦେଢ଼ ବର୍ଷର ଏକ ଶିଶୁକନ୍ୟା ମଧ୍ୟ ରହିଛି। କିନ୍ତୁ, ଧର୍ମେନ୍ଦ୍ର ପ୍ରତିଦିନ ଘର ଛାଡ଼ି କାମକୁ ଯିବା ପରେ କୋମଲ ଲତିକା ଉପରେ ଅକଥନୀୟ ଅତ୍ୟାଚାର କରିଥାନ୍ତି। ସେହିପରି ଦିନେ କୋମଲ ଲତିକାକୁ ମାରିବା ସହିତ ବାହାରକୁ ନେଇ କଚାଡ଼ି ଦେଉଥିବା ଭିଡ଼ିଓ ଭାଇରାଲ ହୋଇଛି। ଦେଖନ୍ତୁ ଭିଡ଼ିଓ:-
मध्य प्रदेश के उज्जैन में एक वीडियो वायरल हो रहा है। वायरल वीडियो में एक मां अपने डेढ़ साल के बच्चे की पिटाई कर रही है। इसके बाद वह अपने बच्चे को बाहर भी फेंक रही है। मामला उज्जैन की बड़नगर तहसील का बताया गया है। वीडियो वायरल होने के बाद चाइल्ड लाइन ने मामले की संज्ञान लिया है। pic.twitter.com/VEClTM5NJl
— Hindustan (@Live_Hindustan) February 27, 2022
ତେବେ କୁନି ଝିଅକୁ ମାଡ଼ ମାରିବା ପରେ କେହି ଜଣେ ଏହାର ଭିଡିଓ ରେକର୍ଡ କରି ନ୍ୟାସନାଲ ଚାଇଲ୍ଡ ଲାଇନର ଟୋଲ ଫ୍ରି ନମ୍ବର ୧୦୯୮କୁ ଯୋଗାଯୋଗ କରିଥିଲେ। ଅଭିଯୋଗ ପରେ ଚାଇଲ୍ଡ ଲାଇନ୍ ଟିମ୍ ଅଭିଯୁକ୍ତ ଘରେ ପହଞ୍ଚି ପଚରା ଉଚରା ଆରମ୍ଭ କରିଥିଲେ। ଘଟଣାଟିର ସତ୍ୟତା ଜାଣିବା ପରେ ଚାଇଲ୍ଡ ହେଲ୍ପଲାଇନ ତରଫରୁ ବଡ଼ନଗର ଥାନାରେ ଏଥିନେଇ ଏତଲା ଦିଆଯାଇଥିଲା। ପୋଲିସ ଘଟଣାରେ ଅଧିକ ତଦନ୍ତ କରିବା ସହିତ କୋମଲଙ୍କୁ ଅଟକ ରଖିଛି।