ଦେଖନ୍ତୁ ଭିଡ଼ିଓ: ଯୁଦ୍ଧ ସମୟର ଛାତିଥରା ଦୃଶ୍ୟ! ସାଇକେଲ ଆରୋହୀ ୟୁକ୍ରେନବାସୀଙ୍କ ଉପରେ ପଡ଼ିଲା ଋଷର ବୋମା

ଯେ କୌଣସି ଶକ୍ତିଶାଳୀ ଦେଶ ପରସ୍ପର ମଧ୍ୟରେ ଯୁଦ୍ଧ ଘୋଷଣା କରିଲେ ଏଥିରେ ସବୁଠାରୁ ଅଧିକ କ୍ଷତି ଉଭୟ ଦେଶର ସାଧାରଣ ଜନତାଙ୍କର ହୋଇଥାଏ। ଯେ କୌଣସି ଯୁଦ୍ଧରେ ସାଧାରଣ ଲୋକଙ୍କର ଧନ ଓ ଜନ-ଜୀବନଙ୍କୁ କ୍ଷତି ପହଞ୍ଚିଥାଏ। ଏବେ ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏଥିରେ ୟୁକ୍ରେନବାସୀ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି।
ଏହାରି ଭିତରେ ଏକ ଭିଡ଼ିଓ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେଉଛି ଯେଉଁଥିରେ ଜଣେ ସାଧାରଣ ସାଇକେଲ ଆରୋହୀଙ୍କର ବୋମାମାଡ଼ରେ ଜୀବନ ଚାଲି ଯାଉଥିବା ଦେଖିବାକୁ ମିଳୁଛି। ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଜଣେ ୟୁକ୍ରେନବାସୀ ରାସ୍ତାରେ ସାଇକେଲ ଧରି ଯାଉଥିବା ବେଳେ ତାଙ୍କ ଉପରେ ବୋମା ବିସ୍ଫୋରଣ ହେଉଛି ଯେଉଁଥିରେ ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଯାଉଥିବା ଦେଖିବାକୁ ମିଳୁଛି। ଦେଖନ୍ତୁ ଭିଡ଼ିଓ:-
The moment when civilians were shot in Ukraine. pic.twitter.com/VfrjtE3lCX
— REALIST (@realistqx1) February 24, 2022
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତକାଲି ଠାରୁ ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ୟୁକ୍ରେନ୍ ବିପକ୍ଷରେ ଯୁଦ୍ଧ ଘୋଷଣା କରିବା ପରେ କିଏଭ୍ ଏବଂ ଖାର୍କିଭ୍ ଭଳି ସହରରେ ପ୍ରଚଣ୍ଡ ବିସ୍ଫୋରଣ ଆରମ୍ଭ ହୋଇଯାଇଛି। ଯେଉଁଥିରେ ଶହ ଶହ ୟୁକ୍ରେନବାସୀଙ୍କର ଜୀବନ ଯାଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଛନ୍ତି। ରୁଷ୍ କ୍ରୁଜ ଓ ବାଲିଷ୍ଟିକ୍ ମିସାଇଲର ଉପଯୋଗ କରିଥିବା ବେଳେ ଜବାବରେ ୟୁକ୍ରେନ ରୁଷର ଏକ ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ସୂଚନା ମିଳିଛି।