ଜଣେ ପୁଅ ପାଇଁ ରାସ୍ତାରେ ଚୁଟି ଟଣାଟଣି ହୋଇ ପିଟାପିଟି ସହ ରକ୍ତାକ୍ତ ହେଲେ ୨ ସ୍କୁଲ ଛାତ୍ରୀ, ଦେଖନ୍ତୁ ଭିଡ଼ିଓ

 
Lady gang

ରାସ୍ତା ଉପରେ ଲେଡି ଗ୍ୟାଙ୍ଗର ମହାଭାରତ। ତାହା ପୁଣି ଗୋଟିଏ ପୁଅ ପାଇଁ! ଆଜ୍ଞା ହଁ, ଗୋଟିଏ ପୁଅ ପାଇଁ ସ୍କୁଲରେ ପଢ଼ୁଥିବା କିଛି ଝିଅମାନେ ରାସ୍ତା ମଝିରେ ଏଭଳି କାଣ୍ଡ ଭିଆଇଛନ୍ତି। ବେଙ୍ଗାଲୁରୁ ସହରରେ ଏଭଳି ଘଟଣା ଘଟିଥିବା ବେଳେ ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯୁବତୀ ମାନଙ୍କର ଝଗଡ଼ା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି।

Girl fight

ଘଟଣାଟି ବେଙ୍ଗାଲୁରୁର ସେଣ୍ଟ ମାର୍କ ରୋଡରେ ଘଟିଛି। ସେଠାରେ ଥିବା ଏକ ଗାର୍ଲସ୍ ସ୍କୁଲର କିଛି ଛାତ୍ରୀ ଏବଂ ଅନ୍ୟ କିଛି ଛାତ୍ରୀଙ୍କ ମଧ୍ୟରେ ଏହି ଝଗଡ଼ା ସୃଷ୍ଟି ହୋଇଥିଲା। ଝଗଡ଼ା ସମୟରେ ଚୁଟି ଝିଙ୍କା ଝିଙ୍କି କରିବା ସହିତ କାଠ ଫାଳିଆରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲା। ଏହି ଆକ୍ରମଣରେ ଜଣଙ୍କର ନାକ ଫାଟି ରକ୍ତ ବାହାରୁଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ଦେଖନ୍ତୁ ଭିଡ଼ିଓ:-

ମିଳିଥିବା ସୂଚନା ଅନୁଯାଇ ଘଟଣା ଦିନ ରାସ୍ତା ଉପରେ ଜଣେ ପୁଅକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଧିରେ ଧିରେ ଏହା ଉଗ୍ର ରୂପ ନେବା ସହିତ ମାରପିଟ୍ ର ରୂପ ନେଇଥିଲା। ଘଟଣାସ୍ଥଳରେ କିଛି ଯୁବକ ସେମାନଙ୍କୁ ରୋକିବା ପାଇଁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ପାରିନଥିଲେ। ଘଟଣା ସମ୍ପର୍କରେ ଥାନାରେ କୌଣସି ଏତଲା ଦିଆଯାଇନଥିବା ଜଣାଯାଇଛି।