ବାଜା, ଡିଜେ, ବାଣ ଫୁଟାଇ କନିଆ ଯାଉଛି ବର ଘରକୁ ବାହା ହେବା ପାଇଁ, ଦେଖନ୍ତୁ ଭାଇରାଲ୍ ଭିଡ଼ିଓ

 
Kanya

ବିବାହ ଋତୁରେ ରାସ୍ତାରେ ଯିବା ସମୟରେ ଗୀତ ବଜାଇ ବାଣ ଫୁଟାଇ ବରଯାତ୍ରୀ କନ୍ୟା ଘରକୁ ଯାଉଥିବା ତ ସମସ୍ତେ ଦେଖିଥିବେ। କିନ୍ତୁ, ଏବେ ସୋସିଆଲ ମିଡିଆରେ ଟିକିଏ ଅଲଗା ପ୍ରକାରର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କନିଆଁ ବାଜା ବଜାଇ, ରୋଷଣୀ କରି ବର ଘରକୁ ଯାଉଥିବା ଦେଖିବାକୁ ମିଳିଛି। ସମ୍ପୃକ୍ତ ଘଟଣାର ଭିଡ଼ିଓ ଲୋକମାନଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ ଏହା ଭାଇରାଲ ହେବାରେ ଲାଗିଛି।

Bhavna

ମିଳିଥିବା ସୂଚନା ଅନୁଯାଇ ଏହି ଘଟଣାଟି ମଧ୍ୟପ୍ରଦେଶ ଭୋପାଳ ଅଞ୍ଚଳରେ ଘଟିଛି। ଭାଇରାଲ ହେଉଥିବା ଭିଡ଼ିଓରେ ଖୋଲା ଜିପ୍ ଉପରେ କନିଆଁ ଜଣକ ଡ୍ୟାନ୍ସ କରୁଥିବା ବେଳେ ଧୂମଧାମ ଡ଼ିଜେ ବାଜୁଥିବା ଶୁଣିବାକୁ ମିଳୁଛି। ଭୋପାଳର ବିରଗଡ଼ ଅଞ୍ଚଳରେ ଏହି ବିବାହ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଭିଡ଼ିଓ ଭାଇରାଲ ହେବାପରେ ଏହାକୁ ନେଇ ଲୋକେ ଭିନ୍ନ ଭିନ୍ନ ପ୍ରକାରର ମନ୍ତବ୍ୟ ରଖିଛନ୍ତି। ଦେଖନ୍ତୁ ଭିଡ଼ିଓ:-

ତେବେ, ଭିଡ଼ିଓରେ ଦେଖିବାକୁ ମିଳିଥିବା ଯୁବତୀଙ୍କ ନାମ ଭାବନା ଲଲଭାନୀ ବୋଲି ଜଣାପଡିଛି। ସେ ଜଣେ ଆଇଟି ପ୍ରଫେସ୍ନାଲ୍ ଭାବରେ କାର୍ଯ୍ୟରତ କରୁଛନ୍ତି। ତେବେ, ନିଜ ବାହାଘର ବେଳେ ସେ ଶୋଭାଯାତ୍ରା ନେଇ ବର ଘରକୁ ଯିବେ ବୋଲି ଜିଦ୍ ଧରିଥିଲେ। ଶେଷରେ ଝିଅର ଖୁସି ପାଇଁ ଉଭୟ ପକ୍ଷ ଏଥିରେ ରାଜି ହୋଇଯାଇଥିଲେ। ତେବେ, ଏପରି ବିବାହ ଶୋଭାଯାତ୍ରା ରେ ବାହାରିବା ପରେ ଭାବନା ଏହାକୁ ନେଇ ବେସ୍ ଖୁସିଥିବା ଜଣାଯାଇଛି।