ଦେଖନ୍ତୁ ଭିଡ଼ିଓ: ବେପାରୁଆ ଗାଡି ଚଳାଇବାର ପରିଣାମ, ଓଭରଟେକ୍ କରିବାକୁ ଯାଇ ଟ୍ରକକୁ ଧକ୍କା ଦେଲା କାର୍ ଆଉ ତାପରେ...

ଦିନକୁ ଦିନ ବଢ଼ି ଚାଲିଥିବା ସଡ଼କ ଦୁର୍ଘଟଣା ହେତୁ ରାସ୍ତାରେ ଗାଡ଼ି ଚଳାଇବା କାଠିକର ପାଠ ସାବ୍ୟସ୍ତ ହେଉଛି। ତେବେ, ଏହି ଦୁର୍ଘଟଣାରେ ଅନେକଙ୍କ ଜୀବନ ଚାଲି ଯାଉଥିବା ବେଳେ ଓଭରଟେକ୍ କରିବା ଏବଂ ବେପାରୁଆ ଗାଡ଼ି ଚାଳଣା ହିଁ ଏଥିପାଇଁ ମୁଖ୍ୟ କାରଣ ଅଟେ। ଏବେ ଏହିଭଳି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ କାର ଡ୍ରାଇଭର ଅଳ୍ପକେ ଏକ ଦୁର୍ଘଟଣାରୁ ବର୍ତ୍ତି ଯାଉଥିବା ଦେଖିବାକୁ ମିଳୁଛି।
ଭାଇରାଲ ହେଉଥିବା ଭିଡ଼ିଓଟିରେ ରାସ୍ତାରେ ପ୍ରଥମେ ଏକ ଟ୍ରକ ଯାଉଥିବା ଦେଖିବାକୁ ମିଳୁଛି। କିନ୍ତୁ, କାର ଚାଳକ ଜଣକ ଧ୍ରୁତ ଗତିରେ ବାମ ପଟୁ ଟ୍ରକଟିକୁ ଓଭରଟେକ୍ କରିବା ପାଇଁ ଚେଷ୍ଟା କରିଥିଲେ। ଦୁର୍ଭାଗ୍ୟବଶତଃ ପଛରୁ ଆସୁଥିବା ଆଉ ଏକ ଟ୍ରକ କାରଟିକୁ ଧକ୍କା ଦେଇଥିଲା। ଏଥିରେ କାରଟି ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଟ୍ରକରେ ଲଦା ହୋଇଥିବା ଭାରି ଜିନିଷଟି ତଳେ ପଡିଯାଉଥିବା ଦେଖିବାକୁ ମିଳୁଛି। ଦେଖନ୍ତୁ ଭିଡ଼ିଓ:-
सड़क पर एक मामूली गलती, खतरनाक सीरीज़ ऑफ एक्सीडेंट्स ट्रिगर कर सकती है.
— Dipanshu Kabra (@ipskabra) January 30, 2022
इसलिए हमेशा सुरक्षा नियमों का पालन करें और करवाएं. #RoadSafety #RoadSafetyAwareness pic.twitter.com/pjHJH0Nxbo
ଭିଡ଼ିଓଟିକୁ ଆଇପିଏସ୍ ଅଫିସର ଦ୍ବିପାନ୍ସୁ କାବ୍ରା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଭିଡ଼ିଓକୁ ପୋଷ୍ଟ କରିଥିଲେ। ସେ ଭିଡିଓର କ୍ୟାପସନରେ ଲେଖିଛନ୍ତି ଯେ-'ରାସ୍ତାରେ ଏକ ଛୋଟ ଭୁଲ ଦୁର୍ଘଟଣା ଘଟାଇପାରେ। ତେଣୁ ସର୍ବଦା ସଡକ ସୁରକ୍ଷା ନିୟମ ଅନୁସରଣ କରନ୍ତୁ ଏବଂ ଏହାକୁ ମାନନ୍ତୁ। ବର୍ତ୍ତମାନ ପର୍ଯ୍ୟନ୍ତ ଏକ ହଜାରରୁ ଅଧିକ ଲୋକ ଏହି ଭିଡିଓ ଦେଖିସାରିଛନ୍ତି। ଏଥିସହିତ, ଲୋକମାନେ ବିଭିନ୍ନ ମନ୍ତବ୍ୟ ଲେଖି ଡ୍ରାଇଭରକୁ ତାଗିଦ ମଧ୍ୟ କରୁଛନ୍ତି।