ଦେଖନ୍ତୁ ଭିଡ଼ିଓ: ସେନାରେ ଯୋଗ ଦେବା ପାଇଁ ପ୍ରଦୀପ କରୁଛନ୍ତି ଅକ୍ଲାନ୍ତ ପରିଶ୍ରମ, ସାହାଯ୍ୟର ହାତ ବଢ଼ାଇଲେ ଲେପ୍ଟନାଣ୍ଟ ଜେନେରାଲ, କହିଲେ...

 
Army

ଦୃଢ ଇଚ୍ଛାଶକ୍ତି ଏବଂ ପରିଶ୍ରମ କରିବାର ସାହସ ଥିଲେ ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ କୌଣସି ବାଧାବିଘ୍ନ ମଣିଷକୁ ରୋକି ପାରିବନାହିଁ। ଏହି ଉକ୍ତିଟିକୁ ପ୍ରମାଣ କରିବା ପାଇଁ ଲାଗିପଡିଛନ୍ତି ଉତ୍ତରାଖଣ୍ଡର ମୂଳ ବସିନ୍ଧା ପ୍ରଦୀପ ମେହରା। ପ୍ରଦୀପ ଭାରତୀୟ ସେନାରେ ଯୋଗ ଦେବାପାଇଁ ଚାହୁଁଥିବା ବେଳେ ତାଙ୍କର ଏକ ଭିଡିଓକୁ ଚଳଚ୍ଚିତ୍ର ନିର୍ମାତା ତଥା ଲେଖକ ବିନୋଦ କାପ୍ରି ଟ୍ବିଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି।

Pradeep

 କେବଳ ଏତିକି ନୁହେଁ ପ୍ରଦୀପଙ୍କର ସ୍ୱପ୍ନ ପୂରଣ କରିବା ପାଇଁ ଅବସରପ୍ରାପ୍ତ ଲେପ୍ଟନାଣ୍ଟ ଜେନେରାଲ ସତୀଶ ଦୁଆ ସାହାଯ୍ୟର ହାତ ବଢ଼ାଇଛନ୍ତି। ମିଳିଥିବା ସୂଚନା ଅନୁଯାଇ ପ୍ରଦୀପ ଦିଲ୍ଲୀରେ ନିଜ ବଡ଼ଭାଇଙ୍କ ସହିତ ରୁହନ୍ତି। ଏଠାରେ ନିଜର ପେଟ ପୋଷିବା ପାଇଁ ସେ ସେକ୍ଟର ୧୬ରେ ଥିବା ମ୍ୟାକଡୋନାଲ୍ଡରେ କାମ କରିଥାନ୍ତି। କାମ କରୁଥିବାରୁ ତାଙ୍କୁ ସେନା ଭର୍ତ୍ତି ପାଇଁ ଅଭ୍ୟାସ କରିବାକୁ ସମୟ ମିଳିନଥାଏ। ତେଣୁ, ପ୍ରଦୀପ ରାତିରେ କାମରୁ ଫେରିବା ବେଳେ ୧୦ କିମି ଦୌଡ଼ି ଦୌଡ଼ି ଘରକୁ ଫେରିଥାନ୍ତି। ଦେଖନ୍ତୁ ଭିଡ଼ିଓ:-

ଏପରିକି ଘଟଣାଦିନ ବିନୋଦ ପ୍ରଦୀପଙ୍କୁ କାରରେ ଘରକୁ ଛାଡ଼ି ଦେବାପାଇଁ କହିଥିଲେ ହେଁ ସେ ଏଥିରେ ରାଜି ହୋଇନଥିଲେ ଏବଂ ଏପରି କରିବା ଦ୍ୱାରା ତାଙ୍କର ରୁଟିନ୍ ବିଗିଡ଼ି ଯିବ ବୋଲି ସେ କହିଥିଲେ। ପ୍ରଦୀପଙ୍କର ଇଚ୍ଛାଶକ୍ତିକୁ ଦେଖି ଅବସରପ୍ରାପ୍ତ ଲେପ୍ଟନାଣ୍ଟ ଜେନେରାଲ ସତୀଶ ଦୁଆ କୁମାଓଁ ରେଜିମେଣ୍ଟର କର୍ଣ୍ଣେଲ, ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ରାଣା କାଲିତାଙ୍କ ସହିତ ଯୋଗାଯୋଗ କରିଥିଲେ। ନିଜ ରେଜିମେଣ୍ଟରେ ଯୋଗ ଦେବାପାଇଁ ସେ ସତୀଶଙ୍କୁ ସବୁ ପ୍ରକାର ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।