ଭାରତର ଏହି ସ୍ଥାନରେ ସବୁ ପୁରୁଷ ୨ଟି ବାହାହେବା ବାଧ୍ୟତାମୂଳକ, କାରଣ ଜାଣି ହୋଇଯିବେ ତାଜୁବ୍

 
Marriage

ଦୁନିଆର ଏଭଳି ଅନେକ ସ୍ଥାନ ରହିଛି ଯେଉଁଠାରେ ସାମାଜିକ ପ୍ରଥା ଗୁଡିକ ଭିନ୍ନ ଧାରଣର ଅଟେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଭାରତରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠାରେ ପୁରୁଷମାନେ ଦୁଇ ଦୁଇଟି ବିବାହ କରିବା ଅନିର୍ବାର୍ଯ୍ୟ ଅଟେ। ଆମ ସମାଜ ଜଣେ ପୁରୁଷକୁ ଗୋଟିଏ ବିବାହ କରିବା ପାଇଁ ଅନୁମତି ଦେଉଥିବା ବେଳେ ଏଠାରେ ଥିବା ଏହି ଭିନ୍ନ ନିୟମ ଆପଣଙ୍କୁ ଚକିତ କରିଥିବ ନିଶ୍ଚିତ। ତେବେ, ଏହା ପଛରେ ମଧ୍ୟ ଏକ କାରଣ ରହିଛି।

Marriage

ରାଜସ୍ଥାନର ଜୈସଲ୍‌ମେରରେ ରାମଦେଓ ନାମକ ଏକ ଗାଁ ରହିଛି ଯେଉଁଠାରେ ପ୍ରାୟତଃ ସବୁ ପୁରୁଷଙ୍କର ଦୁଇ ଦୁଇଟି ପତ୍ନୀ ରହିଛନ୍ତି। ଏହି ଗାଁରେ ଯେଉଁ ପୁରୁଷ ବିବାହ କରିଥାନ୍ତି ତାଙ୍କର ପ୍ରଥମ ପତ୍ନୀ ଗର୍ଭବତୀ ହୁଅନ୍ତି ନାହିଁ। ଗର୍ଭବତୀ ହେଲେ ମଧ୍ୟ ତାଙ୍କର କନ୍ୟା ସନ୍ତାନ ଜନ୍ମ ହୁଏ। ତେଣୁ, ଏଠାକାର ଲୋକେ ଦ୍ଵିତୀୟ ବିବାହ କରିବା ପାଇଁ ବାଧ୍ୟ ହୋଇଥାନ୍ତି।

2 marriages

ଭାରତରେ ଛାଡପତ୍ର ବିନା ଦ୍ଵିତୀୟ ବିବାହ କରିବା ଆଇନ ଅନୁଯାଇ ଦଣ୍ଡନୀୟ ହୋଇଥିଲେ ହେଁ ଏଠାରେ ପୋଲିସ ସବୁ ଜାଣି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥାଏ। ସବୁଠାରୁ ବଡ଼ କଥା ହେଉଛି ବିବାହ କରିଥିବା ବ୍ୟକ୍ତିଙ୍କ ଉଭୟ ପତ୍ନୀ ମଧ୍ୟ ନିଜ ନିଜ ଅଧିକାରକୁ ନେଇ ଝଗଡା କରନ୍ତି ନାହିଁ ବରଂ ଉଭୟେ ଗୋଟିଏ ଘରେ ଦୁଇ ଭଉଣୀଙ୍କ ପରି ରହିଥାନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ପ୍ରତି ପରିବାରରେ ଦ୍ଵିତୀୟ ପତ୍ନୀଙ୍କର ହିଁ ପୁତ୍ର ସନ୍ତାନ ରହିଛି ବଂଶ ବୃଦ୍ଧି ପାଇଁ ଏଠାରେ ପୁରୁଷମାନେ ଦ୍ଵିତୀୟ ବିବାହ କରିବା ବାଧ୍ୟତାମୂଳକ ରହିଛି।