ଗାଡ଼ି ଚାଳକ ସାବଧାନ! ଗାଡି ହର୍ଣ୍ଣ ବଜାଇଲେ ଗଣିବାକୁ ପଡ଼ିବ ୧୨ହଜାର ପର୍ଯ୍ୟନ୍ତ ଚାଲାଣ, ଜାଣନ୍ତୁ ପୁରା ଖବର

 
Fine

ବର୍ତ୍ତମାନ ଗାଡିର ହର୍ଣ୍ଣ ବଜାଇବା ଦ୍ୱାରା ଆପଣଙ୍କୁ ଭାରି ମାତ୍ରା ତଣ୍ଡ ଗଣିବାକୁ ପଡିପାରେ। ଏଥିପାଇଁ ମୋଟର ଯାନ ଅଧିନିୟମରେ ହୋଇଥିବା ବ୍ୟବସ୍ଥା ଅନୁଯାୟୀ ଆପଣଙ୍କୁ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ଯଦି ଏକ ମୋଟରସାଇକେଲ୍, କାର୍ କିମ୍ବା ଅନ୍ୟ କୌଣସି ଯାନ ପ୍ରେସର୍ ହର୍ଣ୍ଣ ବ୍ୟବହାର କରନ୍ତି, ତେବେ ମୋଟର ଯାନ ଅଧିନିୟମ ଅନୁଯାୟୀ ତାଙ୍କ ଠାରୁ ଏହି ଜରିମାନା ଆଦାୟ କରାଯାଇପାରେ।

Horn

ମୋଟର ଯାନ ଅଧିନିୟମ ୩୯/୧୯୨ ଅନୁଯାୟୀ, ପ୍ରେସର୍ ହର୍ଣ୍ଣ ବ୍ୟବହାର କରିଲେ ୧୦,୦୦୦ ଟଙ୍କା ଜୋରିମାନା ଆଦାୟ କରାଯିବ। କେବଳ ଏତିକି ନୁହେଁ, ସାଇଲେନ୍ସ ଜୋନରେ ହର୍ଣ୍ଣ ବଜାଇଲେ ଆପଣଙ୍କ ଉପରେ ୨୦୦୦ ଟଙ୍କା ଜରିମାନା ଲାଗୁ କରାଯାଇପାରେ। ତେଣୁ, ଏହିପରି ଜରିମାନାକୁ ଏଡାଇବା ପାଇଁ ପ୍ରେସର ହର୍ଣ୍ଣ ବ୍ୟବହାର ଠାରୁ ଦୂରେଇ ରହିବା ଉଚିତ।

Horn

ଏହି ନିୟମ ବ୍ୟତୀତ ଆପଣ ହେଲମେଟ ପିନ୍ଧିଥିଲେ ହେଁ ଯଦି ଏହାର ଷ୍ଟ୍ରିପ୍ ବାନ୍ଧିବାକୁ ଭୁଲି ଯାଇଛନ୍ତି କିନ୍ତୁ, ହେଲମେଟଟିରେ BSI ମାର୍କ ନାହିଁ ତେବେ ମଧ୍ୟ ଆପଣଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ହେବ। https://echallan.parivahan.gov.in ନାମକ ସାଇଟକୁ ଯାଇ ଆପଣ ଚାଲାଣ ବିଷୟରେ ବୁଝିବା ସହିତ ସେହିଠାରେ ହିଁ ଆପଣ ଏହାର ପେମେଣ୍ଟ କରି ପାରିବେ।