ସାବଧାନ! ଚାଟିଂ ସମୟରେ ଏହି ସବୁ ଇମୋଜି ପଠାଉଥିଲେ ୫ ବର୍ଷ ଜେଲ୍ ସହ ଗଣିବେ ୨୦ ଲକ୍ଷ ଟଙ୍କା ଫାଇନ୍

 
Emoji

ଆଜିକାଲି ହେଉଛି ସୋସିଆଲ ମିଡିଆ ଏବଂ ଚାଟିଂର ଦୁନିଆ। ଏବେ ଯୁବପିଢ଼ିମାନେ ଫୋନରେ କଥା ହେବା ପରିବର୍ତ୍ତେ ମେସେଜ୍ କରିବା ଏବଂ ଏଥିପାଇଁ ଇମୋଜି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ତେବେ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏଭଳି ମଧ୍ୟ କିଛି ଦେଶ ରହିଛି ଯେଉଁଠାରେ ଚାଟିଂ ସମୟରେ ଇମୋଜି ବ୍ୟବହାର କରିବା ଏକ ବଡ଼ ଅପରାଧ ଅଟେ।

Red heart

ସାଉଦି ଆରବ ଠାରେ ଦେଶର ସାଇବର ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଠାରେ ଚାଟିଂ କରିବା ସମୟରେ ରେଡ୍ ହାର୍ଟ ଇମୋଜି ବ୍ୟବହାର କରିବା ଏକ ବଡ଼ ଅପରାଧ ବୋଲି ବିବେଚନା କରାଯାଉଛି। ଏହି ଇମୋଜି ବ୍ୟବହାର କରିଲେ ଏଥିପାଇଁ  ବ୍ୟବହାରକାରୀଙ୍କୁ ୨ ବର୍ଷ ଜେଲ ହେବା ସହିତ ୨୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା ଦେବାକୁ ହୋଇଥାଏ।

Red heart imoji

ନ୍ୟୁଜ୍ ୱେବସାଇଟ୍ ଗଲ୍ଫ୍ ନ୍ୟୁଜ୍ ଡଟ୍ କମ୍ ରେ ପ୍ରକାଶିତ ଖବର ଅନୁଯାୟୀ, ସାଉଦି ଆରବରେ ଆଣ୍ଟି-ଫ୍ରଡ୍ ଆସୋସିଏସନର ସଦସ୍ୟ ଅଲ ମୋଆତାଜ୍ କୁତବି କହିଛନ୍ତି ଯେ, ହ୍ବାଟସ୍ ଆପ୍ ରେ ରେଡ୍ ହାର୍ଟ ଇମୋଜି ପଠାଇବା ଏକ ଉତ୍ପୀଡନ ଅପରାଧ ଅଟେ। ତାଙ୍କ କହିବା ଅନୁଯାଇ ଚାଟିଂ କରୁଥିବା ସମୟରେ କେହି ଜଣେ ଯଦି କୌଣସି ପ୍ରକାରର ଫୋଟୋ କିମ୍ବା ଇମୋଜି ପାଠନ୍ତି ଏବଂ ଏଥିନେଇ ତାଙ୍କ ବିରୋଧରେ ଅଭିଯୋଗ ଆସେ ତେବେ ଅପରାଧ ଶ୍ରେଣୀରେ ଆସିବ।