୭୦ ବର୍ଷୀୟା ମହିଳାଙ୍କୁ ବିବାହ କରିଲେ ୩୩ ବର୍ଷୀୟ ଯୁବକ! ପ୍ରେମ କାହାଣୀ ଜାଣି ତାଯୁବ୍ ହେବେ ଆପଣ….

 
Marriage

ନିଜ ପ୍ରେମକୁ ପାଇବା ପାଇଁ ମଣିଷ କେଉଁ ସ୍ଥରକୁ ଯାଇପାରେ ତାହା କଳ୍ପନା ମଧ୍ୟ କରାଯାଇ ପାରିବ ନାହିଁ। ପାକିସ୍ତାନରେ ଜଣେ ୩୩ ବର୍ଷୀୟ ବ୍ୟକ୍ତି ୭୦ ବର୍ଷୀୟା ମହିଳାଙ୍କୁ ବିବାହ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏମାନେ ଦୀର୍ଘ ବର୍ଷ ଧରି ପରସ୍ପରକୁ ପ୍ରେମ କରୁଥିଲେ। ମହିଳା ଜଣକ ଏତେ ଦିନ ଧରି ନିଜ ପ୍ରେମିକ ପାଇଁ କୁଆଁରୀ ରହିଥିବା ବେଳେ ପରିଣତ ବୟସରେ ଉଭୟଙ୍କର ମିଳନ ହୋଇଛି।

Marriage

ମିଳିଥିବା ସୂଚନା ଅନୁଯାଇ କିସ୍ୱର୍ ବିବି ନାମକ ଏହି ମହିଳା ଜଣକ ବହୁ ବର୍ଷ ତଳେ ଇଫ୍ତିକାରଙ୍କୁ ଭଲ ପାଉଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ବେଳେ ବିବାହ ପାଇଁ ମଧ୍ୟ କଥା ଚାଲିଥିଲା। କିନ୍ତୁ, କିସ୍ୱରଙ୍କ ବୟସ ଅଧିକ ହୋଇଥିବାରୁ ଇଫ୍ତିକାରଙ୍କ ମାଆ ଏଥିପାଇଁ ରାଜି ହୋଇନଥିଲେ। ସମୟ ବିତିବା ସହିତ ଇଫ୍ତିକାର ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ୬ଟି ସନ୍ତାନ ମଧ୍ୟ ରହିଛନ୍ତି।

Marrige

କିନ୍ତୁ, ଏହା ସତ୍ତ୍ୱେ ଇଫ୍ତିକାର କିସ୍ୱରଙ୍କ ସହିତ ଦେଖା ହେଉଥିଲେ। ଇଫ୍ତିକାରଙ୍କ ପାଇଁ କୁଆଁରୀ ରହିଥିବା କିସ୍ୱର ନିଜ ପରିଣତ ବୟସରେ ପ୍ରେମିକକୁ ବିବାହ କରିଛନ୍ତି। ଉଭୟଙ୍କର ବିବାହର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ସବୁଠାରୁ ବଡ଼ କଥା ହେଉଛି ଇଫ୍ତିକାରଙ୍କ ପ୍ରଥମ ସ୍ତ୍ରୀ ଏବଂ ତାଙ୍କ ପିତାମାତା ମଧ୍ୟ ଏହି ବିବାହ ପାଇଁ ରାଜି ହୋଇଥିଲେ। ବିବାହ ପରେ ହନିମୁନ୍ ପାଇଁ ସେମାନେ କରାଚୀ ଯିବେ ବୋଲି ଜଣାପଡ଼ିଛି।