ଦେଖନ୍ତୁ ଭିଡ଼ିଓ: ଯୁଦ୍ଧ ସମୟର କରୁଣ ଦୃଶ୍ୟ, କାନ୍ଦି କାନ୍ଦି ଝିଅକୁ ବିଦାୟ ଦେଉଥିବା ୟୁକ୍ରେନୀୟ ପିତାର ଭିଡ଼ିଓ ଭାଇରାଲ

 
War

ୟୁକ୍ରେନ ବିରୋଧରେ ତୀବ୍ର ହୋଇଛି ଋଷର ଆକ୍ରମଣ। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଧିବଦ୍ଧ ଭାବରେ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ମିସାଇଲ ଏବଂ ବୋମା ଦ୍ୱାରା ଆକ୍ରମଣ କରିବାକୁ ଲାଗିଛି ଋଷ ସାମରିକ ବାହିନୀ। ଫେବୃଆରୀ ୨୪ ତାରିଖରୁ ଋଷ ଆକ୍ରମଣ କରିବା ପରେ ୟୁକ୍ରେନରୁ ଅନେକ ସମ୍ବେଦନଶୀଳ ଏବଂ ଦୁଃଖଦ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

War

ଭାଇରାଲ ହେଉଥିବା ଭିଡ଼ିଓରେ ଜଣେ ୟୁକ୍ରେନିୟ ବ୍ୟକ୍ତି ଏବଂ ତାଙ୍କ ପରିବାରକୁ ରେଳ ଷ୍ଟେସନ ବାହାରେ ଦେଖିବାକୁ ମିଳୁଛି। ସେଠାରେ ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ଏବଂ କୁନି ଝିଅକୁ ଅଶ୍ରୁଳ ବିଦାୟ ଦେଉଥିବା ଦେଖାଯାଉଛି। କିଛି ସମୟ ପରେ କୁନି ଝିଅଟି ଟ୍ରେନରେ ବସି ଚାଲିଯାଉଥିବା ବେଳେ ଉଭୟେ କାନ୍ଦୁଥିବା ଦେଖିବାକୁ ମିଳୁଛି। ବ୍ୟକ୍ତି ଜଣକ ଋଷ ବିରୋଧରେ ଲଢ଼ିବା ପାଇଁ ପଛରେ ରହୁଥିବା ଜଣାଯାଇଛି। ଦେଖନ୍ତୁ ଭିଡ଼ିଓ:-


ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ଠାରୁ ଋଷର ସାମରିକ ବାହିନୀ ୟୁକେନର ସାମରିକ ବେସ୍ ଏବଂ ରାଜଧାନୀ ଉପରେ ଆକ୍ରମଣ ଜାରି ରଖିଛି। ଯେଉଁଥିରେ ଶହ ଶହ ଜନସାଧାରଣ ନିହତ ହେବା ସହିତ ଏକାଧିକ ଆହତ ହୋଇଥିବା ଜଣାଯାଇଛି। ଉପରୁକ୍ତ ଭିଡ଼ିଓଟି @lil_whind ନାମକ ଏକ ଟ୍ୱିଟର ଅକାଉଣ୍ଟ ଦ୍ୱାରା ସେୟାର କରାଯାଇଥିଲା। ଏପର୍ଯ୍ୟନ୍ତ ସୁଦ୍ଧା ଏଥିରେ ୩ ଲକ୍ଷରୁ ଅଧିକ ଭିୟୁ ଆସିବା ସହିତ ଅନେକ ଭାବପୂର୍ଣ୍ଣ କମେଣ୍ଟ ଆସିଛି।