ପ୍ରେମ ଆଗରେ ହାର ମାନିଲା ଯୁଦ୍ଧ! ୟୁକ୍ରେନରୁ ଭାରତ ଆସି ବିବାହ କରିଲେ ପ୍ରେମୀଯୁଗଳ, ପୂରା ଘଟଣା ଜାଣି ହେବେ ତାଜୁବ୍ 

 
Marriage

କଥାରେ ଅଛି ପ୍ରେମରେ ପଡିଥିବା ମଣିଷ ଯେ କୌଣସି ବାଧାବିଘ୍ନ ଆସିଲେ ମଧ୍ୟ ନିଜର ସାଥିର ହାତ ଛାଡ଼ିନଥାଏ। ଏହି ଉକ୍ତିଟିକୁ ସଠିକ ସାବ୍ୟସ୍ତ କରିଛନ୍ତି ହାଇଦ୍ରାବାଦର ଯୁବକ ପ୍ରତୀକ ଏବଂ ତାଙ୍କର ୟୁକ୍ରେନୀୟ ସାଥି ଲ୍ୟୁବୋ। ଏହି ଦୁଇ ପ୍ରେମପକ୍ଷୀ ଯୁଦ୍ଧ ସମୟରେ ୟୁକ୍ରେନରୁ ଉଡିଆସି ଭାରତରେ ବିବାହ କରିଛନ୍ତି। ଏହି ବାହାଘରକୁ ନେଇ ସାରା ଦେଶ ବିଦେଶରେ ଚର୍ଚ୍ଚା ହେଉଛି।

Marriage

ମିଳିଥିବା ସୂଚନା ଅନୁଯାଇ ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ପ୍ରତୀକ ଏବଂ ଲ୍ୟୁବୋ ୟୁକ୍ରେନରେ ହିଁ ବିବାହ କରି ନେଇଥିଲେ। ଏହାପରେ ସେମାନେ ଭାରତ ଚାଲିଆସିଥିଲେ। ଏଠାରେ ଭାରତୀୟ ପରମ୍ପରା ଅନୁଯାଇ ଉଭୟଙ୍କର ପୁଣିଥରେ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ବିବାହ ସରିଥିଲେ ହେଁ ଉଭୟେ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ପ୍ରାର୍ଥନା କରିଥିବା କହିଛନ୍ତି।

Pratik weds lyubo

 ଏଠାରେ ସେମାନେ ହାଇଦ୍ରାବାଦର ଚିଲକୁର ବାଲାଜୀ ମନ୍ଦିରରେ, କରିଛନ୍ତି ବିବାହ। ଅଳ୍ପ କିଛି ସମ୍ପର୍କୀୟଙ୍କୁ ନେଇ, ଅନୁଷ୍ଠିତ ହୋଇଛି ବିବାହ। ଉଭୟ ଅଗ୍ନିକୁ ସାକ୍ଷୀ ରଖି ବିବାହ ତ କରିଛନ୍ତି, ଅନ୍ୟପଟେ ୟୁକ୍ରେନ୍‌ରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରାର୍ଥନା ବି କରିଛନ୍ତି। ପ୍ରତୀକ ଆଉ ଲ୍ୟୁବୋଙ୍କ ବିବାହରେ, ସାକ୍ଷୀ ରହିବ ମହାଯୁଦ୍ଧ। ପ୍ରେମ ଓ ମିଳନର ସାକ୍ଷୀ। କିନ୍ତୁ ପ୍ରାର୍ଥନା ଶାନ୍ତି ପାଇଁ।