ବଢୁଛି ଋଷ ସେନାର ଅତ୍ୟାଚାର: ଦୁଷ୍କର୍ମ କରିବା ପରେ ମହିଳାଙ୍କ ଦେହରେ କରୁଛନ୍ତି ଏମିତି କାମ ଜାଣି ହେବେ ତାଜୁବ୍

 
Raped

ଦିନକୁ ଦିନ ଋଷ-ୟୁକ୍ରେନ ଯୁଦ୍ଧ ଯେତେ ତୀବ୍ର ହେଉଛି। ୟୁକ୍ରେନ ନାଗରିକ ମାନଙ୍କର ଦୁଃଖ ଦୁର୍ଦ୍ଦଶା ସେତିକି ବଢ଼ିବାରେ ଲାଗିଛି। ଯୁଦ୍ଧ ପରିସ୍ଥିତି ହେତୁ ଏଠାରେ ଲୋକେ ଖାଇବାକୁ ପିଇବାକୁ ପାଉନଥିବା ବେଳେ ଋଷ ସେନାର ଅତ୍ୟାଚାର ଦିନକୁ ଦିନ ବଢୁଥିବା ଚର୍ଚ୍ଚା ହେଉଛି। ଋଷ ସୈନିକମାନେ ୟୁକ୍ରେନ ମହିଳା ଏବଂ ଛୋଟ ଝିଅମାନଙ୍କୁ ବଳାତ୍କାର କରୁଥିବା ଅଭିଯୋଗ ହୋଇଛି।

Ukraine

ୟୁକ୍ରେନର ଏକ ଛୋଟ ଗାଁ ‘ଇଭାନକିଭ୍‌’ ଠାରୁ ଏକ ହୃଦୟଥରା କାହାଣୀ ସାମ୍ନାକୁ ଆସିଛି ଯେଉଁଥିରେ ୟୁକ୍ରେନ ସୈନିକମାନେ ୧୫ ଏବଂ ୧୬ ବର୍ଷ ବୟସର ଦୁଇ ଭଉଣୀଙ୍କ ସହିତ ଦୁଷ୍କର୍ମ କରିଥିବା ନେଇ ସେଠାକାର ଡେପୁଟି ମେୟର ମେରୀନା ବେସ୍‌ଚସ୍ତନା ସୂଚନା ଦେଇଛନ୍ତି। ଘରର ବେସମେଣ୍ଟରେ ଲୁଚି ରହିଥିବା ଏହି ଝିଅମାନଙ୍କୁ ଋଷର କିଛି ସୈନିକ ବାହାରକୁ ଘୋଷାଡ଼ି ଆଣି ତାଙ୍କ ସହିତ ଏହି ପାସବିକ ଅତ୍ୟାଚାର କରିଥିଲେ।

Raped

ସେହିପରି ୟୁକ୍ରେନ ସାଂସଦ ଲିଜିଆ ଭାସିଲେଙ୍କୋ ସୈନ୍ୟମାନଙ୍କ କ୍ରୁରତା ବିଷୟରେ ଟ୍ଵିଟ୍‌ କରିଛନ୍ତି। ତାଙ୍କ କହିବା ମୁତାବକ ଋଷ ସୈନିକମାନେ ୧୦ ବର୍ଷର ଯୁବତୀଙ୍କ ଠାରୁ ଆରମ୍ଭ କରି ୬୦ ବର୍ଷୀୟା ବୃଦ୍ଧାଙ୍କୁ ମଧ୍ୟ ଛାଡୁ ନାହାଁନ୍ତି। ଦୁଷ୍କର୍ମ କରିବା ପରେ ସେମାନେ ଯୁବତୀଙ୍କ ଦେହରେ ନାଜି ଚିନ୍ହ ତିଆରି କରି ଦେଉଛନ୍ତି। ଏହି ପାଶବିକ ଅତ୍ୟାଚାରରୁ ଯୁବତୀ ଓ ମହିଳାମାନେ ବର୍ତ୍ତି ପାରୁନଥିବା ବେଳେ ଯେଉଁମାନେ ଜୀବିତ ରହୁଛନ୍ତି ସେମାନେ ଆତ୍ମହତ୍ୟା କରୁଥିବା କୁହାଯାଉଛି। କିଭ୍‌ର ସରକାରୀ ଅଭିଯୋଜକ ଇରିନା ଭେନେଡିକୋତ୍ୱାଙ୍କ ମୁତାବକ ଏ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ୟୁକ୍ରେନର ୧,୪୧୭ ଲୋକ ମରିଥିବା ବେଳେ ୨,୦୩୮ ଲୋକ ଆହତ ହୋଇଛନ୍ତି।