ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀଙ୍କ ପାଇଁ ଦୁଃଖଦ ଖବର! ଭାରତରେ ମିଳିବନି ମେଡ଼ିକାଲ ଆଡମିସନ୍, ଜାଣନ୍ତୁ କାହିଁକି

 
Ukraine

ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଦୁଃଖଦ ଖବର। ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ ମାନଙ୍କୁ ଭାରତରେ ଡାକ୍ତରୀ ପାଠ ପଢିବା ପାଇଁ ଅନୁମତି ମିଳିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏଭଳି ପଦକ୍ଷେପ ନେଇଥିବା ନେଇ କେନ୍ଦ୍ର ସରକାରଙ୍କ ତରଫରୁ ସୁପ୍ରିମକୋର୍ଟଙ୍କୁ ଜଣାଇ ଦିଆଯାଇଛି। ୟୁକ୍ରେନ ଏବଂ ଋଷ ଯୁଦ୍ଧ ପାଇଁ ସେଠାରେ ଡାକ୍ତରୀ ପାଠ ପଢିବାକୁ ଯାଇଥିବା ପ୍ରାୟ ୨୦ ହଜ଼ାର ଭାରତୀୟ ସ୍ବଦେଶ ଫେରିଆସିଥିଲେ।

Ukraine

କିନ୍ତୁ, ଏମାନଙ୍କୁ ଭାରତରେ ଆଡମିସନ ନ ମିଳିବାକୁ ନେଇ କେନ୍ଦ୍ର ସରକାର ନିଜ ପକ୍ଷ ରଖିଛନ୍ତି। ସରକାରଙ୍କ କହିବା ଅନୁଯାଇ ନିଟରେ ଖରାପ ସ୍କୋର କିମ୍ବା ଫି’ ଶସ୍ତା କାରଣରୁ ଛାତ୍ରଛାତ୍ରୀ ୟୁକ୍ରେନରେ ମେଡିକାଲ କଲେଜ ଚୟନ କରିଥିଲେ। ଏବେ ସେମାନଙ୍କୁ ଭାରତରେ ପଢିବା ପାଇଁ ମଉକା ମିଳିଲେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଅସୁବିଧାର ସଂମ୍ମୁଖୀନ ହୋଇ ପାରନ୍ତି।

Supreme court

କେବଳ ଏତିକି ନୁହେଁ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଭାରତରେ ପଢିବାର ସୁଯୋଗ ମିଳିଲେ ଦେଶର ଡାକ୍ତରୀ ଶିକ୍ଷାର ମାନଦଣ୍ଡକୁ ପ୍ରଭାବିତ କରିବ ବୋଲି ଯୁକ୍ତି ବାଢ଼ିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିଟ୍ ପ୍ରବେଶିକା ପରୀକ୍ଷାରେ ୫୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ମେଡ଼ିକାଲ କଲେଜରେ ପଢ଼ିବା ପାଇଁ ଅନୁମତି ମିଳିଥାଏ। ୟୁକ୍ରେନ ଯୁଦ୍ଧ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିମାନର ବନ୍ଦୋବସ୍ଥ କରାଯାଇ ସ୍ବଦେଶ ଫେରାଇ ଅଣାଯାଇଥିଲା। ତେବେ, ସେମାନେ ୟୁକ୍ରେନରେ ନିଜର କଲେଜରୁ ଅନୁମତି ନେଇ ଅନ୍ୟ ଦେଶର ବିଶ୍ୱ ବିଦ୍ୟାଳୟକୁ ଟ୍ରାନ୍ସଫର କରିବାର ବିକଳ୍ପ ଚୟନ କରିପାରିବେ ବୋଲି ସରକାର କହିଛନ୍ତି।