ଯୁଦ୍ଧ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସାହାଯ୍ୟ ମାଗିଲେ ୟୁକ୍ରେନୀୟ ରାଷ୍ଟ୍ରପତି, କହିଲେ ଆମକୁ...

ଇତିମଧ୍ୟରେ ୟୁକ୍ରେନ ଉପରେ ତୀବ୍ର ହୋଇଛି ଋଷର ଆକ୍ରମଣ। ବୋମା ଏବଂ ମିସାଇଲ ମାଡ଼ରେ ୟୁକ୍ରେନ ଥରୁଥିବା ବେଳେ ସେଠାକାର ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିୟି ପ୍ରାୟତଃ ସମସ୍ତ ଦେଶକୁ ସାହାଯ୍ୟ ଭିକ୍ଷା କରି ସାରିଲେଣି। ଏହାରି ଭିତରେ ଯୁଦ୍ଧ ରୋକିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ୟୁକ୍ରେନ ସରକାର। ଗତକାଲି ୟୁକ୍ରେନ ରାଷ୍ଟ୍ରପତି ମୋଦୀଙ୍କ ସହିତ ଫୋନ ଯୋଗେ ଯୋଗାଯୋଗ କରିଥିବା ଜଣାଯାଇଛି।
ଏଥିନେଇ ଭୋଲୋଦିମିର୍ ଜେଲେନ୍ସ୍କିୟି ଗତକାଲି ସନ୍ଧ୍ୟା ସମୟରେ ଏକ ଟ୍ୱିଟ ମଧ୍ୟ କରିଥିଲେ ଯେଉଁଥିରେ ସେ ମୋଦୀଙ୍କ ସହିତ ଫୋନ ଯୋଗେ କଥା ହେବା ସହିତ ଦେଶରେ ହେଉଥିବା ଯୁଦ୍ଧ ବିଷୟରେ ଅବଗତ କରାଇଛନ୍ତି। ତାଙ୍କ କହିବା ଅନୁଯାଇ ୟୁକ୍ରେନରେ ଏବେ ୧୦,୦୦୦ ରୁ ଅଧିକ ଋଷ ସୈନିକ ଚତୁରତାର ସହ ଆବାସିକ ଅଟ୍ଟାଳିକା ଉପରେ ଆକ୍ରମଣ କରୁଛନ୍ତି। ଯାହାକୁ ରୋକିବା ପାଇଁ ଜାତିସଂଘ ନିରାପତ୍ତା ପରିଷଦରେ ରାଜନୈତିକ ସମର୍ଥନ ଦେବାକୁ ସେ ମୋଦୀଙ୍କୁ ଅନୁରୋଧ କରିଛନ୍ତି।
Spoke with 🇮🇳 Prime Minister @narendramodi. Informed of the course of 🇺🇦 repulsing 🇷🇺 aggression. More than 100,000 invaders are on our land. They insidiously fire on residential buildings. Urged 🇮🇳 to give us political support in🇺🇳 Security Council. Stop the aggressor together!
— Володимир Зеленський (@ZelenskyyUa) February 26, 2022
ଏହା ପୂର୍ବରୁ ଋଷ୍ର ୟୁକ୍ରେନ୍ ଆକ୍ରମଣକୁ ନିନ୍ଦା କରି ଶନିବାର ଦିନ ଜାତିସଂଘ ନିରାପତ୍ତା ପରିଷଦ୍ରେ ଆମେରିକାଦ୍ବାରା ପ୍ରାୟୋଜିତ ପ୍ରସ୍ତାବନାରେ ଭୋଟ୍ ଦେବାରୁ ଭାରତ ନିବୃତ୍ତ ରହିଥିଲା। ଗୋଟିଏ ପଟେ ଋଷ ଭାରତର ଏଭଳି ନିଷ୍ପତ୍ତିକୁ ପ୍ରଶଂସା କରିଥିବା ଜଣାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଦୁଇ ଦିନ ତଳେ ୟୁକ୍ରେନ ରାଷ୍ଟ୍ରଦୂତ ପ୍ରଧାନମନ୍ତ୍ରୀ ମୋଦୀଙ୍କର ହସ୍ତକ୍ଷେପ ଲୋଡ଼ିଥିଲେ।