ଋଷ ସହ ଯୁଦ୍ଧକୁ ନେଇ ୟୁକ୍ରେନ୍‌ର ଫାଷ୍ଟ୍‌‌ ଲେଡି ଓଲେନା ଜେଲେନ୍‌ସ୍କି ଖୋଲା ବୟାନ, କହିଲେ- ପୁଟିନ୍‌ଙ୍କୁ ନ ରୋକିଲେ...

 
Ukraine Russia war

ଋଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ନିଜର ପକ୍ଷ ରଖିବା ପାଇଁ ୟୁକ୍ରେନ୍‌ର ଫାଷ୍ଟ୍‌‌ ଲେଡି ଓଲେନା ଜେଲେନ୍‌ସ୍କି ବୈଶ୍ବିକ ଗଣମାଧ୍ୟମକୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଯୁଦ୍ଧର ଭୟାଭୟତାକୁ ଉଲ୍ଲେଖ କରିବା ସହିତ ଯଦି ପୁଟିନ ଆଣବିକ ଯୁଦ୍ଧ ଆରମ୍ଭ କରନ୍ତି ତେବେ ଦୁନିଆରେ କୌଣସି ସ୍ଥାନ ସୁରକ୍ଷିତ ରହିବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି।

Olena zelenska

ଓଲେନା ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ,"ରୁଷୀୟ ଆକ୍ରମଣ ଘୋଷଣା ଶୁଣି ଫେବ୍ରୁଆରି ୨୪ ତାରିଖ ଦିନ ଆମ ନିଦ ଭାଙ୍ଗିଲା। କମାଣ ସବୁ ୟୁକ୍ରେନୀୟ ସୀମା ଟପିଲା, ଲଢୁଆ ବିମାନ ସବୁ ଆକାଶପଥରେ ପ୍ରବେଶ କଲେ, ମିସାଇଲ୍‌ ଲଞ୍ଚର୍‌ ସବୁ ଆମ ନଗରୀମାନଙ୍କୁ ବେଢ଼ିଗଲେ। ଏହାକୁ ‘ସ୍ବତନ୍ତ୍ର ଅଭିଯାନ’ କହୁଥିବା କ୍ରେମ୍‌ଲିନ୍‌ ସମର୍ଥିତ ସଂସ୍ଥାନଗୁଡ଼ିକର ପ୍ରତିଶ୍ରୁତି ଦେଉଥିଲେ ବି ବାସ୍ତବରେ ଏହା ୟୁକ୍ରେନ୍‌ର ସାଧାରଣ ନାଗରିକଙ୍କ ସଂହାର ଅଭିଯାନ ଅଟେ"।

Letter

ଏଥିସହିତ ବୋମାମାଡ଼ରୁ ବର୍ତ୍ତିବା ପାଇଁ ବଙ୍କର ଗୁଡିକରେ ଫସି ରହିଥିବା ଜନସାଧାରଣଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ ଏକ ନିରାପଦ କରିଡର୍ ବ୍ୟବସ୍ତା କରିବା ପାଇଁ ସେ ଅନୁରୋଧ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଯୁଦ୍ଧ ସମୟର ସମସ୍ତ କାର୍ଯ୍ୟକଳାପକୁ ପ୍ରସାରଣ କରିବା ପାଇଁ ସେ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି। ଓଲେନା ଏହି ଚିଠି ଯୋଗେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ସମାଲୋଚନା କରିବା ସହିତ ଯଦି ଋଷ ପରମାଣୁ ଆକ୍ରମଣ ଆରମ୍ଭ କରେ ତେବେ ବିଶ୍ୱର କୌଣସି ସ୍ଥାନ ସୁରକ୍ଷିତ ରହିବ ନାହିଁ ବୋଲି କହିଛନ୍ତି।

War

ଅନ୍ୟପକ୍ଷରେ ଆଜି ସକାଳ ଠାରୁ ହିଁ ୟୁକ୍ରେନ ଜନସାଧାରଣଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ଋଷ ୫ ସହରରେ ଅସ୍ତ୍ରବିରତୀ ଘୋଷଣା କରିଥିଲା। ଅସ୍ତ୍ରବିରତି ସମୟରେ କିବ୍, ଚେର୍ନିହିବ୍‌, ସୁମି, ଖାର୍କିଭ୍‌ ଏବଂ ମାରିଉପୋଲ୍‌ରେ ମାନବୀୟ କରିଡର୍‌ ଯୋଗାଇ ଦିଆଯିବ ବୋଲି ଋଷ ପକ୍ଷରୁ କୁହାଯାଇଛି।