ଦେଖନ୍ତୁ ଭିଡ଼ିଓ: ଯୁଦ୍ଧ ସମୟର ବିଚିତ୍ର ଦୃଶ୍ୟ, ଋଷର ଟ୍ୟାଙ୍କରକୁ ଟ୍ରାକ୍ଟର ସାହାଯ୍ୟରେ ଚୋରି କରିନେଲେ ୟୁକ୍ରେନୀୟ ଚାଷୀ

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ଧରୁନାହିଁ। ଉଭୟ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବାପରେ ଯୁଦ୍ଧ କାଳୀନ ପରିସ୍ଥିତି ଆହୁରି ତେଜିବାରେ ଲାଗିଛି। ଏଥିରେ ୟୁକ୍ରେନ ମଧ୍ୟ ପଛଘୁଞ୍ଚା ଦେଉନାହିଁ ଏବଂ ଋଷକୁ ପ୍ରତିରୋଧ କରିବା ପାଇଁ ଚେଷ୍ଟା ଜାରି ରଖିଛି। ତେବେ, ଏହାରି ଭିତରେ ଏକ ଭିଡ଼ିଓ ଖୁବ ଭାଇରାଲ ହୋଇଛି ଯେଉଁଥିରେ ୟୁକ୍ରେନର କିଛି କୃଷକ ଏକ ଋଷ ଟ୍ୟାଙ୍କରକୁ ଟ୍ରାକ୍ଟର ସାହାଯ୍ୟରେ ଚୋରି କରିନେଉଥିବା ଦେଖିବାକୁ ମିଳିଛି।
ଭାଇରାଲ ହେଉଥିବା ଏହି ଭିଡିଓରେ ୟୁକ୍ରେନର କିଛି ଚାଷୀ ଟ୍ୟାଙ୍କରକୁ ଏକ ଟ୍ରାକ୍ଟର ସାହାଯ୍ୟରେ ଟାଣି ନେଉଥିବା ଦେଖିବାକୁ ମିଳୁଛି। ପଛରେ ଜଣେ ବ୍ୟକ୍ତି ଦୌଡୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏହି ଭିଡ଼ିଓଟିକୁ ୟୁକ୍ରେନର ଅଷ୍ଟ୍ରିୟା ରାଷ୍ଟ୍ରଦୂତ ଅଲେକଜେଣ୍ଡର ସ୍ଚେର୍ବା ନିଜ ଟ୍ୱିଟର ପେଜରେ ସେୟାର କରିଥିଲେ। ସେ କ୍ୟାପସନରେ ମଧ୍ୟ ଲେଖିଛନ୍ତି ଯେ,"ଯଦି ଏହା ସତ ତେବେ ଏହା ପ୍ରଥମ ଟ୍ୟାଙ୍କ ହେବ ଯାହାକୁ ଜଣେ ଚାଷୀ ଚୋରି କରି ନେଇଛନ୍ତି"। ଦେଖନ୍ତୁ ଭିଡ଼ିଓ:-
If true, it’s probably the first tank ever stolen by a farmer… ))
— olexander scherba🇺🇦 (@olex_scherba) February 27, 2022
Ukrainians are tough cookies indeed. #StandWithUkraine #russiagohome pic.twitter.com/TY0sigffaM