ବିଜେପିକୁ ଚେତାବନୀ ଦେଲେ ଉଦ୍ଧବ ଠାକରେ, କହିଲେ କଂଗ୍ରେସ ୬୫ବର୍ଷ ଶାସନ କରି ବି କ୍ଷମତାଚ୍ୟୁତ, ହେଲେ ଆମ ସମୟ ଆସିଲେ ବିଜେପିର...

 
Uddhab thakrey

ମହାରାଷ୍ଟ୍ରରେ କ୍ଷମତାଧିନ ଥିବା ବିଜେପି ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିବା ଘଟଣାକୁ ନେଇ ସେ ଏଭଳି ମତ ରଖିଛନ୍ତି। ଗିରଫଦାରୀ ପରେ ଉଦ୍ଧବ ସଞ୍ଜୟ ରାଉତଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ଭେଟିଥିଲେ।

Uddhab thakrey

 ଏହାପରେ ଗଣମାଧ୍ୟମ ସହିତ କଥା ହୋଇ ସେ ବିଜେପିକୁ ଖୋଲା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ,"କଂଗ୍ରେସ ୬୦ରୁ ୬୫ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲା, କିନ୍ତୁ ବର୍ତ୍ତମାନ ସେମାନଙ୍କୁ ଦେଖ। କିଛି ସ୍ଥାୟୀ ନୁହେଁ। ଦିନେ ଆମର ସମୟ ମଧ୍ୟ ଆସିବ। ସମୟ ସବୁବେଳେ ବଦଳେ। ଯେତେବେଳେ ଆମର ସମୟ ଆସିବ, ଆପଣଙ୍କ ସହିତ କ’ଣ ହେବ ସେ ବିଷୟରେ ଚିନ୍ତା କର"।

Sanjay raut

ସଞ୍ଜୟ ରାଉତଙ୍କୁ ପ୍ରକୃତ ଶିବ ସୈନିକ୍ ଏବଂ ବାଲାସାହେବ ଠାକରେଙ୍କ ଅନୁଗାମୀ ବୋଲି ସେ ପ୍ରଶଂସା କରିଛନ୍ତି। ବର୍ତ୍ତମାନ ହୁଏତ ତାଙ୍କ ପାଖରେ ସାଂସଦ ନାହାଁନ୍ତି କିନ୍ତୁ, କିଛି ବିଶ୍ୱସ୍ତ ଲୋକ ଅଛନ୍ତି ଯାହାଙ୍କ ପାଇଁ ସେ ଜୀବନ ମଧ୍ୟ ଦେଇଦେବେ ବୋଲି କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପତ୍ରା ‘ଚଲ୍‌’ ଜମି ଦୁର୍ନୀତି ମାମଲାରେ ଦୀର୍ଘ ସମୟର ଜେରା ପରେ ଇଡି ସଞ୍ଜୟ ରାଉତଙ୍କୁ ଗିରଫ କରିଛି।