ଟିଭି ଅଭିନେତ୍ରୀଙ୍କ ଅଜବ୍ ବେପାର! ଦେହର ଝାଳକୁ ବିକି ଦିନକୁ ରୋଜଗାର ଲକ୍ଷ ଲକ୍ଷ ଟଙ୍କା, ଗୋଟେ ବୋତଲ ଝାଳର ଦାମ୍ ଜାଣି ହୋଇଯିବେ‌ ତାଜୁବ୍

 
Sweat

ଦେହରୁ ବାହାରୁଥିବା ଝାଳକୁ ବିକି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଜଣେ ଅଭିନେତ୍ରୀ। କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସମ୍ପୂର୍ଣ୍ଣ ସତ ଅଟେ। ୩୧ ବର୍ଷ ବୟସ୍କ ଟିଭି ଅଭିନେତ୍ରୀ ଷ୍ଟିଫାନି ମ୍ୟାଟେଓ କହିଛନ୍ତି ଯେ- ଏହି ଗ୍ରୀଷ୍ମ ଋତୁରେ ମୋ ଦେହରୁ ଝାଳ ବାହାରିଥାଏ। ତେଣୁ ଏହାକୁ ସଂଗ୍ରହ କରି ମୁଁ ବିକ୍ରି କରିବା ଆରମ୍ଭ କରିଥିଲି।

Stephani

ଆମେରିକାର କନେକ୍ଟିକଟର ବାସିନ୍ଦା ଷ୍ଟିଫାନି କହିଛନ୍ତି ଯେ ଯଦି ସେ ଖରାରେ ସୁଇମିଂ ପୁଲ୍ ନିକଟରେ ସମୟ ବିତାନ୍ତି, ତେବେ ୧୫ ମିନିଟ୍ ମଧ୍ୟରେ ଏକ ପାତ୍ର ଝାଳ ଭରିଯାଏ। ଯଦି ଅଧିକ ଗରମ ହୁଏ, ତେବେ ଦିନକୁ ୧୦ଟି ବୋତଲ ଝାଳରେ ଭରିଯାଏ। ସେ ପ୍ରାୟ ୪୦ ହଜାର ଟଙ୍କାରେ ଗୋଟିଏ ବୋତଲ ବିକ୍ରି କରନ୍ତି ବୋଲି କହିଛନ୍ତି। ସେ ପ୍ରତିଦିନ 4 ଲକ୍ଷ ଟଙ୍କା ରୋଜଗାର କରନ୍ତି ବୋଲି ଦାବି କରିଛନ୍ତି।

Sweat on sale

ଝାଳ କିଣୁଥିବା ଲୋକଙ୍କ ବିଷୟରେ ସେ କହିଛନ୍ତି ଯେ,"ଏପରି ଲୋକେ ମୋ ଝାଳକୁ ଶୁଙ୍ଘି ନିଜକୁ ମୋ ନିକଟତର ଭାବିଥାନ୍ତି"। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଷ୍ଟିଫାନି ନିଜ ଗ୍ୟାସ୍ ବିକି ଟଙ୍କା ରୋଜଗାର କରୁଥିଲେ। କିନ୍ତୁ, ଏପରି କରିବା ଦ୍ୱାରା ତାଙ୍କ ଶରୀର ଉପରେ କୁ ପ୍ରଭାବ ପଡିଥିଲା। ଯାହା ପରେ ସେ ଶରୀରର ଝାଳ ବିକିବା ଆରମ୍ଭ କରିଛନ୍ତି।