ହୃଦୟ ବିଦାରକ ଘଟଣା! ଗର୍ଭବତୀ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍, ପେଟରୁ ବାହାରି ପଡ଼ିଲା ଜୀଅନ୍ତା ଛୁଆ, ଆଉ ତାପରେ...

 
Maa sishu

ଗର୍ଭବତୀ ମହିଳାଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରକ୍। କିନ୍ତୁ, ଆଶ୍ଚର୍ଯ୍ୟଜନକ ଭାବରେ ମହିଳାଙ୍କ ପେଟରେ ଥିବା ଶିଶୁଟି ବାହାରି ଯାଇଥିଲା ଏବଂ ଏହା ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି। ଫିରୋଜାବାଦ୍ ଜିଲ୍ଲା ନର୍‌ଖି ଥାନା ଅନ୍ତର୍ଗତ ବାର୍ତରା ଗାଁରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଶିଶୁକନ୍ୟାଟିକୁ ଫିରୋଜାବାଦ୍ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Truck

ଡାକ୍ତରଙ୍କ କହିବା ଅନୁଯାଇ ଆଶ୍ଚର୍ଯ୍ୟଜନକ ଭବାରେ ଶିଶୁଟି ଏହି ଦୁର୍ଘଟଣାରୁ ରକ୍ଷା ପାଇଯାଇଛି। ଶିଶୁଟି ସମ୍ପୂର୍ଣ୍ଣ ଭବାରେ ସୁସ୍ଥ ଥିବାବେଳେ ତାକୁ କେବଳ ‘ନିଓନାଟାଲ୍‌’ ଚିକିତ୍ସାରେ ରଖା ଯାଇଥିବା କୁହାଯାଉଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୬ ବର୍ଷୀୟା କାମିନୀ ନିଜ ସ୍ୱାମୀଙ୍କ ସହିତ ବାଇକ୍‌ ଯୋଗେ କୋଟ୍‌ଲା ଫରିହା ଅଞ୍ଚଳରେ ଥିବା ବାପଘରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Kamini

 ଦେଖଣାହାରୀଙ୍କ କହିବା ଅନୁଯାଇ ଏହି ଦମ୍ପତ୍ତି ବାଇକ ଯୋଗେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର ସହିତ ଧକ୍କା ହୋଇଥିଲେ। ଏଥିରେ ସ୍ୱାମୀ କିଛି ବାଟରେ ଛିଟିକି ପଡିଥିବା ବେଳେ କାମିନୀ ରାସ୍ତାରେ ପଡ଼ିଯାଇଥିଲେ। ପଛରୁ ଆସୁଥିବା ଏକ ବାଲି ବୋଝେଇ ଟ୍ରକ୍ ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ କାମିନୀ ଜୀବନ ହାରିଥିଲେ। ତାଙ୍କ ନବଜାତ ଶିଶୁ ସହିତ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି।