ଅମାନିଆ ହେବେ ସାବାଡ୍! ଏଣିକି ଟ୍ରାଫିକ ନିୟମ ନ ମାନିଲେ ଜୋରିମାନା ବଦଳରେ କରିବେ ରକ୍ତଦାନ, ଜାଣନ୍ତୁ ପୂରା ଖବର

 
Raktadan

ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ ଜରିମାନା ସହିତ ଦେବାକୁ ହେବ ରକ୍ତ। କଥାଟି ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି? ପଞ୍ଜାବ ସରକାରଙ୍କ ଦ୍ଵାରା ଏଭଳି ଏକ ଅଜବ ନିୟମ ପ୍ରଣୟନ କରାଯାଇଛି। ରାଜ୍ୟରେ ଟ୍ରାଫିକ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ସଂଖ୍ୟା ଦିନକୁ ଦିନ ବଢିବାକୁ ଲାଗୁଥିବାରୁ ସେଠାକାର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ, ଏହି ନିୟମକୁ ନେଇ ଦେଶ ସାରା ଚର୍ଚ୍ଚା ହେଉଛି।

Police

ପଞ୍ଜାବରେ କୌଣସି ପ୍ରକାର ଟ୍ରାଫିକ ନିୟମ ଭାଙ୍ଗିଲେ ଆପଣଙ୍କୁ ଚେତାବନୀ ଦିଆଯିବା ସହିତ ଜରିମାନା ଆଦାୟ କରାଯିବ। ଦ୍ଵିତୀୟ ଥର ପାଇଁ ଟ୍ରାଫିକ ନିୟମ ଭାଙ୍ଗିଲେ ଦୁଇଗୁଣ ଅଧିକ ଜରିମାନା ଦେବାକୁ ହେବ କିନ୍ତୁ, ଆପଣ ଯଦି ତୃତୀୟ ଥର ପାଇଁ ଏଭଳି କୌଣସି ଭୁଲ କରନ୍ତି ତେବେ ଜରିମାନା ଦେବା ସହିତ ଆପଣଙ୍କୁ ନିକଟସ୍ଥ ଡାକ୍ତରଖାନା କିମ୍ବା ବ୍ଲଡ଼ବ୍ୟାଙ୍କ ଯାଇ ଏକ ୟୁନିଟ ରକ୍ତଦାନ କରିବାକୁ ହେବ।

Blood donate

ଯଦି ଗାଡି ଚଳାଇବା ସମୟରେ ଆପଣ ମଦ୍ୟପାନ କିମ୍ବା କୌଣସି ପ୍ରକାର ନିଶା ସେବନ କରିଥାନ୍ତି। ତେବେ, ସେହିଠାରେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯିବ ବୋଲି ଜଣାଯାଇଛି। ଟ୍ରାଫିକ ନିୟମ ଭାଙ୍ଗିଲେ ରକ୍ତଦାନ କରିବାକୁ ହେବ ଏଭଳି ନିୟମ ପ୍ରଣୟନ କରିବାରେ ପଞ୍ଜାବ ସରକାର ପ୍ରଥମ ଅଟନ୍ତି। ତେବେ, ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି।