ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନାରେ ଏବେ ଦୋକାନୀଙ୍କୁ ମିଳିବ ଏତିକି ଟଙ୍କା ପେନସନ, ଶୀଘ୍ର କରନ୍ତୁ ଆବେଦନ

 
Pension scheme

ସାଧାରଣ ଦୋକାନୀ ଏବଂ ବ୍ୟବସାୟୀ ମାନଙ୍କ ପାଇଁ ଆସିଲା ବଡ଼ ସ୍କିମ୍। ଏଣିକି ସରକାରୀ ଚାକିରିଆଙ୍କ ପରି ଦୋକାନୀ ମାନଙ୍କୁ ମଧ୍ୟ ମିଳିବ ପେନସନ। ଉଠା ଦୋକାନୀ ଏବଂ ବ୍ୟବସାୟୀ ମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ତରଫରୁ ନ୍ୟାସନାଲ ପେନସନ୍ ସ୍କିମକୁ କାର୍ଯ୍ୟକାରୀ କରାଇବାକୁ ଯାଉଛନ୍ତି।

Pension scheme

ଆବେଦନ କରିବା ପାଇଁ ଆପଣଙ୍କ ବାର୍ଷିକ ଟର୍ଣ୍ଣଓଭର ଦେଢ଼ କୋଟି ଟଙ୍କାରୁ କମ ହେବା ଆବଶ୍ୟକ ଅଟେ। ଏଥିସହିତ ଆବେଦନକାରୀ ଏନପିଏସ୍‌, ଇଏସ୍‌ଆଇସି କିମ୍ବା ଇପିଏଫଓ ର ମେମ୍ବର ହୋଇନଥିବା ଏବଂ ଆବେଦକ ଇନକମ ଟାକ୍ସ payee ହୋଇନଥିବା ଜରୁରୀ ଅଟେ। ଏହା ଏକ ସ୍ୱଚ୍ଛିକ ଯୋଜନା ହୋଇଥିବାରୁ ଇଚ୍ଛା ମୁତାବକ ଆପଣ ଏହାର ଫାଇଦା ଉଠାଇ ପାରିବେ।

Traders

 ଏହି ସ୍କିମ୍ ଅନୁଯାଇ ଆବେଦନକାରୀଙ୍କୁ ୬୦ ବର୍ଷ ହୋଇଯିବା ପରେ ମାସକୁ ୩ ହଜ଼ାର ଟଙ୍କା ଲେଖାଏଁ ପେନସନ ମିଳିପାରିବ। ତେଣୁ, ଆବେଦନକାରୀଙ୍କ ବୟସ ୧୮ ରୁ ୪୦ ବର୍ଷ ଭିତରେ ହୋଇଥିବା ଆବଶ୍ୟକ ଅଟେ। ଏହି ସ୍କିମ୍ ବିଷୟରେ ଅଧିକ ଜାଣିବା ପାଇଁ ଆପଣ Labor.gov.in ଏବଂ maandhan.in ଆଦି ଦୁଇଟି ସାଇଟକୁ ଯାଇ ଅଧିକ ତଥ୍ୟ ସଂଗ୍ରହ କରି ପାରିବେ।