ବିଜେପି ନେତ୍ରୀ ତଥା ଟିକଟକ୍ ଷ୍ଟାର ସୋନାଲି ଫୋଗାଟଙ୍କ ଦେହାନ୍ତ! ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ

 
Sonali phogat

ହରିୟାଣାର ବିଜେପି ନେତା ତଥା ଟିକଟକ୍ ଷ୍ଟାର ସୋନାଲି ଫୋଗାଟଙ୍କର ଦେହାନ୍ତ ହୋଇଯାଇଛି। ଏହା ବ୍ୟତୀତ 'ବିଗ୍ ବସ୍ ସିଜନ ୧୪'ରେ ଚର୍ଚ୍ଚିତ ଚେହେରା ରହିଥିବା ସୋନାଲି ଗୋଆରେ ଥିବାବେଳେ ହୃଦଘାତ ହେତୁ ତାଙ୍କର ମୃତ୍ୟୁ ଘଟିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ହରିୟାଣା ବିଧାନସଭା ନିର୍ବାଚନରେ ​​ବିଜେପି ତାଙ୍କୁ ହିସାରର ଆଦମପୁର ବିଧାନସଭା ଆସନରୁ ପ୍ରାର୍ଥୀ ଭାବରେ ଛିଡ଼ା କରିଥିଲା। ଅବଶ୍ୟ ସୋନାଲି ଏହି ନିର୍ବାଚନରେ ହାରି ଯାଇଥିଲେ।

Sonali phogat

 ଅନେକ ଟିଭି ସିରିଏଲ ଏବଂ ଛୋଟ ପରଦାରେ ସୋନାଲି ବେସ୍ ଲୋକପ୍ରିୟ ରହିଥିଲେ। ଏହା ବ୍ୟତୀତ ଟିକଟକ୍, ଇଂଷ୍ଟାଗ୍ରାମ ଏବଂ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେ ପ୍ରାୟତଃ ରିଲ୍ସ ଏବଂ ଭିଡ଼ିଓ ଅପଲୋଡ଼ କରୁଥିଲେ। ଏପରିକି ମୃତ୍ୟୁର ମାତ୍ର କିଛି ଘଣ୍ଟା ପୂର୍ବରୁ ହିଁ ସେ ନିଜର କିଛି ଫୋଟୋ ଏବଂ ଭିଡ଼ିଓ ସେୟାର କରିଥିବା ଜଣାପଡ଼ିଛି।

Sonali

ରାଜନୀତିକୁ ଆସିବା ପୂର୍ବରୁ ସୋସିଆଲ ମିଡିଆରେ ସୋନାଲିଙ୍କ ଡ୍ୟାନ୍ସ ଭିଡ଼ିଓ ଚର୍ଚ୍ଚାରେ ରହୁଥିଲା। ଖାସ୍ କରି ବିଗ୍ ବସ୍-୧୪ ରେ ସେ ସାମିଲ ହେବାପରେ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଇଥିଲା। ୪୨ ବର୍ଷୀୟା ସୋନାଲି କୌଣସି କାମରେ ଗୋଆ ଯାଇଥିବା ବେଳେ ସେଠାରେ ହୃଦଘାତର ଶିକାର ହୋଇଥିଲେ। ତେବେ, ତାଙ୍କ ଅକାଳ ବିୟୋଗରେ ପ୍ରଶଂସକଙ୍କ ଗହଣରେ ଶୋକର ଛାୟା ଖେଳି ଯାଇଛି।