ଦେଖନ୍ତୁ ଭିଡ଼ିଓ: ଶୋଇଥିବା ବାଘକୁ ଭୋକି ଭୋକି ଉଠାଇଲା କୁକୁର, ଆଉ ତାପରେ କୁକୁରର ହେଇଗଲା ଖେଳ ଖତମ୍

 
Tiger dog

କଥାରେ ଅଛି ଶୋଇଥିବା ବାଘ ସହିତ କଦାପି ପଙ୍ଗା ନେବା ଉଚିତ ନୁହେଁ, ନହେଲେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ରୂପ ନେଇପାରେ। ତେବେ, ସୋସିଆଲ ମିଡିଆରେ ଏହିଭଳି ହିଁ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବାଘ ଆକ୍ରମଣରେ ଏକ କୁକୁରର ଜୀବନ ଚାଲି ଯାଉଥିବା ଦେଖିବାକୁ ମିଳିଛି। ଘଟଣାଟି ରାଜସ୍ଥାନର ରଣଥାମ୍ବର ଜାତୀୟ ପାର୍କର ଦୃଶ୍ୟ ବୋଲି ଜଣାପଡିଛି।

Tiger

ଭିଡ଼ିଓଟିରେ ଏକ ଗଛ ତଳେ ବାଘଟି ଶୋଇଥିବା ଦେଖିବାକୁ ମିଳୁଛି। ସେହିବାଟ ଦେଇ ଏକ ବୁଲା କୁକୁର ଯାଉଥିବା ବେଳେ ଏହାର ଶବ୍ଦ ପାଇଁ ବାଘଟି ନିଦରୁ ଉଠି ଯାଉଛି। ତେବେ, ବାଘ ପ୍ରଥମେ ଆକ୍ରମଣ କରିନଥିଲେ ହେଁ କୁକୁରଟି ସେଠାରୁ ଚାଲିଯିବା ପରିବର୍ତ୍ତେ ପାଲଟା ବାଘକୁ ହିଁ ଭୋକିବାକୁ ଲାଗୁଛି। ଏଥିରେ ଉତକ୍ଷିପ୍ତ ହୋଇ ବାଘଟି କୁକୁର ଉପରକୁ ଆକ୍ରମଣ କରୁଛି। ଆଉ ମାତ୍ର ୨୭ ସେକେଣ୍ଡ ମଧ୍ୟରେ ହିଁ କୁକୁରଟିର ଶିକାର କରି ଦେଉଛି। ଦେଖନ୍ତୁ ଭିଡ଼ିଓ:-

ଭାଇରାଲ ହେଉଥିବା ଭିଡ଼ିଓଟିକୁ ସେହିବାଟ ଦେଇ ସଫାରିରେ ଯାଉଥିବା କିଛି ପର୍ଯ୍ୟଟକ ରେକର୍ଡ଼ କରିଥିଲେ। ଏହି ଭିଡ଼ିଓଟିକୁ @irsankurrapria ନାମକ ଜଣେ ଟ୍ୱିଟର ୟୁଜର ସେୟାର କରିଥିଲେ। ଏହି ଭିଡ଼ିଓରେ ଥିବା ବାଘଟିର ନାମ T120 ବୋଲି ଜଣାପଡିଛି। ଏହାର ନାମ କିଲିଙ୍ଗ ମେସିନ ଭାବରେ ମଧ୍ୟ ବେସ୍ ଜଣାଶୁଣା। ଭିଡ଼ିଓଟିକୁ ଏପର୍ଯ୍ୟନ୍ତ ସୁଦ୍ଧା ୫୫ ହଜ଼ାର ଲୋକେ ଦେଖିଥିବା ବେଳେ ୧୩୦୦ ରୁ ଅଧିକ ଲୋକେ ଏହାକୁ ପସନ୍ଦ କରିଛନ୍ତି।