ପରମାଣୁ ଆକ୍ରମଣ ହେଲେ ଧ୍ୱଂସ ହୋଇଯିବ ପୃଥିବୀର ସବୁକିଛି, କିନ୍ତୁ ସୁରକ୍ଷିତ ରହିଯିବ କେବଳ ଏହି ୫ଟି ଦେଶ

 
Nuclear attack survivour

ଋଷ ଏବଂ ୟୁକ୍ରେନ ମଧ୍ୟରେ ବିଗତ ୩୦ ବର୍ଷ ଧରି ଚାଲିଥିବା ବିବାଦ ବର୍ତ୍ତମାନ ଭୟଙ୍କର ଯୁଦ୍ଧର ରୂପ ନେଇଛି। ଖାସ୍ କରି ଉଭୟ ରାଷ୍ଟ୍ର ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବାପରେ ପରମାଣୁ ଯୁଦ୍ଧ ହେବାର ମଧ୍ୟ ଆଶଙ୍କା ଦେଖା ଦେଉଛି। ବର୍ତ୍ତମାନ ସମୟରେ ଯଦି ବିଶ୍ୱଯୁଦ୍ଧ ଭଳି ସମସ୍ୟା ସୃଷ୍ଟି ହୁଏ ତେବେ ସାରା ବିଶ୍ୱରେ ୮ ଦେଶମାନଙ୍କ ପାଖରେ ୬,୮୦୦ ଟି ପରମାଣୁ ବୋମା ମହଜୁଦ ରହିଛି। ସେମାନଙ୍କ ଭିତରୁ ଏକା ଋଷ ପାଖରେ ୬,୮୦୦ ବୋମା ରହିଛି। ଯଦି ଯୁଦ୍ଧ ହୁଏ ତେବେ ଅନେକ ଦେଶର ଅସ୍ତିତ୍ୱ ଲିଭିଜିବ କିନ୍ତୁ, ଏଭଳି କିଛି ଦେଶ ରହିଛି ଯାହାକି ପରମାଣୁ ଆକ୍ରମଣରୁ ମଧ୍ୟ ବର୍ତ୍ତି ଯାଇପାରିବ।

Antarctica

୧. ଆଣ୍ଟାର୍କଟିକା:- 'ଦ ସନ୍' ରିପୋର୍ଟ ଅନୁଯାଇ ପରମାଣୁ ଯୁଦ୍ଧ ହେଲେ ମଧ୍ୟ ଆଣ୍ଟାର୍କଟିକା ଉପରେ ଏହାର ପ୍ରଭାବ ପଡିବନାହିଁ। ୧୯୬୧ରେ ସ୍ୱାକ୍ଷରିତ ହୋଇଥିବା ଏକ ଚୁକ୍ତି ଅନୁଯାଇ ଏହି ମହାଦେଶ ଉପରେ କୌଣସି ପ୍ରକାର ସାମରିକ କାର୍ଯ୍ୟକଳାପ କରାଯାଇ ପାରିବନାହିଁ। ଏହି ଚୁକ୍ତିରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ, ଚିଲି, ଫ୍ରାନ୍ସ, ଜାପାନ, ନ୍ୟୁଜିଲାଣ୍ଡ, ନରୱେ, ଦକ୍ଷିଣ ଆଫ୍ରିକା, ସୋଭିଏତ ସଂଘ, ବ୍ରିଟେନ, ଆମେରିକା ସହିତ ବ୍ରାଜିଲ, ଚୀନ୍, ଜର୍ମାନୀ, ଉତ୍ତର କୋରିଆ, ପୋଲାଣ୍ଡ ଏବଂ ଭାରତ ସମେତ ଦୁନିଆର ସମସ୍ତ ଦେଶ ଯୋଗ ଦେଇଛନ୍ତି।

Colorado

୨. ଆମେରିକାର କୋଲୋରାଡୋ:- ପରମାଣୁ ଯୁଦ୍ଧ ହେଲେ ଏହାର ସବୁଠାରୁ ଅଧିକ ପ୍ରଭାବ ଆମେରିକା ଉପରେ ପଡିବ। କିନ୍ତୁ, ଏଥିପାଇଁ ଆମେରିକା ପୂର୍ବରୁ ପ୍ରସ୍ତୁତ ହୋଇ ରହିଛି। କୋଲୋରାଡୋ ପର୍ବତ ଭିତରେ ଗୁମ୍ଫା ତିଆରି କରି ଆମେରିକା ସେନା ନିଜର ପରମାଣୁ ପ୍ରୁଫ୍ ଭିତ୍ତିଭୂମି ନିର୍ମାଣ କରିଛି। ଏହି ଗୁମ୍ଫାର ପ୍ରବେଶ ପଥରେ ୨୫ ଟନ୍ ଓଜନ ବିଶିଷ୍ଟ ଏକ କବାଟ ରହିଛି ଯାହାକୁ ପରମାଣୁ ବିସ୍ଫୋରଣ ମଧ୍ୟ ତାରଳାଇ ପାରିବ ନାହିଁ। ୧୯୬୬ ରେ ଏହାର ନିର୍ମାଣ କରାଯାଇଥିଲା।

Iceland

୩. ଆଇସଲ୍ୟାଣ୍ଡ:- ଆଇସଲ୍ୟାଣ୍ଡ ଉତ୍ତର ପୋଲ ଉପରେ ଅବସ୍ଥିତ ଏକ ଛୋଟ ଦେଶ ଅଟେ। ସାଧାରଣତଃ ବିଶ୍ୱ ରାଜନୀତିରେ ଆଇସଲ୍ୟାଣ୍ଡ ମୁଣ୍ଡ ପୁରାଇନଥାଏ। ଯାହାଫଳରେ କୌଣସି ଦେଶ ଏହାକୁ ନିଜର ଶତ୍ରୁ ବୋଲି ଭାବନ୍ତି ନାହିଁ। ତେଣୁ, ଏଠାରେ ପରମାଣୁ ଆକ୍ରମଣ ହେବାର କମ ସମ୍ଭାବନା ରହିଛି।

Israel

୪. ଇସ୍ରାଏଲ୍:- ଅନେକ ବିବାଦ ଏବଂ ଯୁଦ୍ଧ ଘେରରେ ରହିବା ସତ୍ତ୍ୱେ ଇସ୍ରାଏଲ୍ ଉପରେ ପରମାଣୁ ଆକ୍ରମଣ ହେବାର ସମ୍ଭାବନା ଯଥେଷ୍ଟ କମ୍ ରହିଛି। ଇସଲାମ, ଖ୍ରୀଷ୍ଟିଆନ ଏବଂ ଇହୁଦୀ ଧର୍ମର ପ୍ରାଚୀନ ସ୍ମାରକୀ ରହିଛି। ଯାହାର କେହି କ୍ଷତି କରିବା ପାଇଁ ଚେଷ୍ଟା କରିବେ ନାହିଁ। ତେଣୁ, ସୁରକ୍ଷିତ ରାଷ୍ଟ୍ର ମଧ୍ୟରେ ଇସ୍ରାଏଲର ନାମ ମଧ୍ୟ ସାମିଲ ରହିଛି।

Guam

୫. ଗୁଆମ୍:- ସଧାରଣତଃ ପର୍ଯ୍ୟଟନ ଉପରେ ନିର୍ଭରଶୀଳ ରହିଥିବା ଗୁଆମ୍ ଏକ ଛୋଟ ଦ୍ବୀପ ରାଷ୍ଟ୍ର ଅଟେ। ଏଠାରେ ମାତ୍ର ୧ ଲକ୍ଷ ୬୮ ହଜାର ହୋଇଥିବା ବେଳେ ସେନାରେ କେବଳ ୧୩୦୦ ଲୋକ ରହିଛନ୍ତି। ଏହି ଛୋଟ ରାଷ୍ଟ୍ରକୁ କୌଣସି ଦେଶ ନିଜର ଶତ୍ରୁ ବୋଲି ଭାବନ୍ତି ନାହିଁ। ତେଣୁ, ଏହା ଉପରେ ପରମାଣୁ ଆକ୍ରମଣ ହେବାର ଆଶଙ୍କା କମ ରହିଛି।