ସ୍ୱାମୀକୁ ଦିନକୁ ତିନି ବେଳା ମ୍ୟାଗି ଖାଇବାକୁ ଦେଉଥିଲା ସ୍ତ୍ରୀ! ବିରକ୍ତ ହୋଇ ଡ଼ିଭୋର୍ସ ପାଇଁ କୋର୍ଟ ପହଞ୍ଚିଲା ସ୍ୱାମୀ, ଆଉ ତାପରେ...

 
Maggie case

ସାମାନ୍ୟ କାରଣ ହେତୁ ଦମ୍ପତ୍ତି ମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବା କିଛି ନୂଆ କଥା ନୁହେଁ। କିନ୍ତୁ, ସାମାନ୍ୟ ମ୍ୟାଗି ଖାଇବା ପାଇଁ ଏକ ଦମ୍ପତ୍ତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ହେଁ ଏହା ସମ୍ପୂର୍ଣ୍ଣ ଭାବରେ ସତ ଅଟେ। ସ୍ତ୍ରୀ ଦିନକୁ ତିନି ବେଳା ମ୍ୟାଗି ଖାଇବା ପାଇଁ ଦେଉଥିବାରୁ ସ୍ୱାମୀ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି।

Maggie

ମହୀଶୂର ସହରରେ ଏଭଳି ଏକ ଘଟଣା ଘଟିଯାଇଛି। ସ୍ୱାମୀ କରିଥିବା ଅଭିଯୋଗ ଅନୁଯାଇ ତାଙ୍କ ସ୍ତ୍ରୀ ତାଙ୍କୁ ବ୍ରେକଫାଷ୍ଟ, ଲଞ୍ଚ ଏବଂ ଡିନର ସବୁଥିରେ କେବଳ ମ୍ୟାଗି ନୁଡ଼ଲ୍ସ ଖାଇବା ପାଇଁ ଦେଉଥିଲେ। ଅନ୍ୟ କିଛି ଖାଇବା ତିଆରି କରି ଆସେନାହିଁ ବୋଲି ସେ ସଫେଇ ଦେଉଥିଲେ। ପ୍ରତିଦିନ ମ୍ୟାଗି ଖାଉଥିବା ହେତୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ତେଣୁ, ବ୍ୟକ୍ତି ଜଣକ ସ୍ତ୍ରୀ ଠାରୁ ଛାଡ଼ପତ୍ର ନେବା ପାଇଁ କୋର୍ଟରେ ଆବେଦନ କରିଥିଲେ।

Divorce

ଜଜ୍‌ ଏମ୍‌ଏଲ୍‌ ରଘୁନାଥ ଶୁକ୍ରବାର ଏହି କେସ୍‌ର ଶୁଣାଣି କରିଥିବା ବେଳେ ଆପୋଷ ବୁଝାମଣାରେ ଉଭୟଙ୍କର ଛାଡ଼ପତ୍ର ହୋଇଛି। ଜଜ୍ ରଘୁନାଥଙ୍କ କହିବା ଅନୁଯାଇ ସେ ଉଭୟଙ୍କ ମଧ୍ୟରେ ଝଗଡ଼ାର ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ପାରିନଥିଲେ। ତେବେ, ମ୍ୟାଗି ପାଇଁ ଛାଡ଼ପାତ୍ର ହେବା ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।