ପୁତୁରାକୁ ନେଇ ୧୬ ବର୍ଷୀୟା ଖୁଡ଼ି ଫେରାର! ୪୫ ବର୍ଷୀୟ ବ୍ୟକ୍ତିଙ୍କ ସହିତ ହୋଇଥିଲା ବିବାହ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Jhia pua

ରାଜସ୍ଥାନର ଧୌଲପୁର ଠାରେ ଏକ ବିଚିତ୍ର ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବିବାହିତା ନାବାଳିକା ନିଜ ୨୨ ବର୍ଷୀୟ ପୁତୁରା ସହିତ ଶାଶୂଘରୁ ଫେରାର ହୋଇଯାଇଛନ୍ତି। ଏଥିନେଇ ଶାଶୂଘର ଲୋକଙ୍କ ତରଫରୁ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଆଉ ଏକ ବିଚିତ୍ର ଖବର ସାମ୍ନାକୁ ଆସିଛି। ପ୍ରକୃତରେ ଫେରାର ହୋଇଥିବା ନାବାଳିକା ଜଣଙ୍କୁ ମାତ୍ର ୧୬ ବର୍ଷ ବୟସ ହୋଇଥିବା ବେଳେ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି।

Eloped

ଅନ୍ୟପକ୍ଷରେ ଉଭୟେ ଫେରାର ହୋଇଯିବା ପରେ ଶାଶୂଘର ତରଫରୁ ପୁତୁରାକୁ ଅପହରଣ କରି ନେଇଯାଇଥିବା ନେଇ ନାବାଳିକା ବିରୁଦ୍ଧରେ ଅଭିଯୋଗ କରାଯାଇଥିଲା। ପ୍ରକୃତରେ ମଧ୍ୟପ୍ରଦେଶରେ ରହୁଥିବା ୧୬ ବର୍ଷୀୟା ଏହି ନାବାଳିକାକୁ ତାଙ୍କ ଇଚ୍ଛା ବିରୁଦ୍ଧରେ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ସହିତ ବିବାହ କରି ଦିଆଯାଇଥିଲା। ନାବାଳିକା ଏହି ବାହାଘରରେ ଖୁସି ନଥିବାରୁ ସେ ଘର ଛାଡ଼ି ଫେରାର ହୋଇଯାଇଥିଲେ।

Couple

ତେବେ, ପୋଲିସ ଫେରାର ହୋଇଥିବା ନାବାଳିକା ଏବଂ ପୁତୁରାଙ୍କୁ ଧରିବାରେ ସଫଳ ହୋଇଛି। ସେମାନଙ୍କୁ ଶିଶୁ କଲ୍ୟାଣ ସମିତି ସମ୍ମୁଖରେ ଉପସ୍ଥିତ କରାଯାଇଥିଲା। ନାବାଳିକା ଶାଶୂଘରକୁ ଫେରିବାକୁ ଚାହୁଁନଥିବାରୁ ତାଙ୍କ ପିତା ମାତାଙ୍କୁ ଡାକିବାପାଇଁ ସମିତି ନିଷ୍ପତ୍ତି ନେଇଥିଲା। ସେହି ସମୟ ପର୍ଯ୍ୟନ୍ତ ନାବାଳିକାଙ୍କୁ ୱାନ୍ ଷ୍ଟପ୍ ସଖୀ କାଉନ୍ସିଲିଂ ହୋମ୍ ରେ ରଖାଯାଇଛି।