ପାକିସ୍ତାନ ବିପକ୍ଷରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଲା ଭାରତ! ଏଣିକି ପାକିସ୍ତାନରେ ପାଠ ପଢିଲେ ଭାରତରେ ମିଳିବନି ଚାକିରୀ, ଜାଣନ୍ତୁ ପୂରା ଖବର

 
Pakistan studies

ନିଜ ଦେଶରେ ଆତଙ୍କବାଦୀ ମାନଙ୍କୁ ପାଳିବା ଏବଂ ବାରମ୍ବାର ଭାରତ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ପାକିସ୍ତାନ ଉପରେ ଭାରତ କଡା ଆଭିମୁଖ୍ୟ ଗ୍ରହଣ କରିଛି। ଏଣିକି ପାକିସ୍ତାନରେ ଶିକ୍ଷାଲାଭ କରି ଆସୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଭାରତରେ ଉଚ୍ଚଶିକ୍ଷା କିମ୍ବା ଚାକିରୀ ମିଳିବ ନାହିଁ ବୋଲି ସ୍ପଷ୍ଟ କରି ଦିଆଯାଇଛି।

Pak studies

ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଓ ୟୁଜିସି ପକ୍ଷରୁ ଏଥିନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁଯାଇ ଭାରତୀୟ ଛାତ୍ରଛାତ୍ରୀମାନେ ପାକିସ୍ତାନର କୌଣସି କଲେଜ କିମ୍ବା ଶିକ୍ଷାନୁଷ୍ଠାନରେ ଆଡମିଶନ ନିଅନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଇଛି। ସେଠାରେ ଶିକ୍ଷାଗତ ଯୋଗ୍ୟତା ହାସଲ କରିବା ପରେ ଭାରତରେ ଚାକିରୀ ତ ଦୂରରେ ଥାଉ ଉଚ୍ଚଶିକ୍ଷା ପାଇଁ ମଧ୍ୟ ସୁଯୋଗ ଦିଆଯିବ ନାହିଁ ବୋଲି ୟୁଜିସି ଓ ଏଆଇସିଟିଇ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।

UGC

ତେବେ, ଯେଉଁ ପ୍ରବାସୀମାନେ ତଥା ସେମାନଙ୍କର ପିଲାମାନେ ପାକିସ୍ତାନରେ ଶିକ୍ଷାଗ୍ରହଣ କରିଛନ୍ତି ଏବଂ ସେମାନଙ୍କୁ ଭାରତ ସରକାରଙ୍କ ତାରଫରୁ ନାଗରିକତ୍ୱ ପ୍ରଦାନ କରାଯାଇଛି ସେମାନଙ୍କୁ ଏହି ନିର୍ଦ୍ଦେଶନାମାରୁ ମୁକ୍ତ କରାଯିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ କରୋନା ମହାମାରୀ ପରେ ଚୀନ ସରକାରଙ୍କ ଯାତ୍ରା ପ୍ରତିବନ୍ଧକ ଲାଗୁ କରାଯିବା ପରେ ଚୀନର ବିଶ୍ୱବିଦ୍ୟାଳୟମାନଙ୍କରେ ଆଡମିଶନ ନ ନେବାକୁ ୟୁଜିସି ପକ୍ଷରୁ ଆଡ଼ଭାଇଜାରୀ ଜାରି କରାଯାଇଥିଲା।