ଲାଗୁ ହେବ କଡା ନିୟମ! ଏଣିକି ଯୌନ ଅପରାଧ କଲେ ଦୋଷୀକୁ କେମିକାଲ୍ ଇଞ୍ଜେକସନ ଦେଇ କରାଯିବ ନପୁଂସକ, ଆଉ ତାପରେ...

 
Doshi

କେବଳ ଭାରତ ନୁହେଁ ସାରା ବିଶ୍ୱରେ ଦିନକୁ ଦିନ ଯୌନ ଅପରାଧ ବଢ଼ିବାରେ ଲାଗିଛି। ଯୁବତୀ ଏବଂ ମହିଳାମାନଙ୍କ ଉପରେ ଯୌନ ପିପାଶୁଙ୍କ ଲୋଲୁପ ଦୃଷ୍ଟି ପଡୁଥିବା ବେଳେ କିଛି ଅପରାଧି ଦଣ୍ଡ ପାଇବା ପରେ ମଧ୍ୟ ବାରମ୍ବାର ଏଭଳି କୁକର୍ମ କରିବାକୁ ପଛାଉନାହାଁନ୍ତି। ତେବେ, ଏହାକୁ ରୋକିବା ପାଇଁ ଥାଇଲ୍ୟାଣ୍ଡରେ ଏକ କଠୋର ନିୟମ ପ୍ରଣୟନ ହେବାକୁ ଯାଉଛି।

Rape

ପ୍ରକୃତରେ ଯୌନ ଅପରାଧି ମାନଙ୍କୁ ଇଞ୍ଜେକସନ ଦିଆଯାଇ ବନ୍ଧ୍ୟାକରଣ କରାଯିବ ବୋଲି ନିୟମ ପ୍ରଣୟନ ହେବାକୁ ଯାଉଛି। ଏହି ପ୍ରସ୍ତାବକୁ ନିମ୍ନ ସଦନରେ ରଖା ଯାଇଥିବା ବେଳେ ୧୪୫ ଜଣ ସିନେଟରଙ୍କ ସମର୍ଥନ ସହାୟତାରେ ଏହି ବିଲଟିକୁ ପାସ୍ କରାଯାଇଛି। ତେବେ, ଆଗକୁ ଏହି ବିଲ୍ ପାସ୍ କରିବାକୁ ହେଲେ ଅନ୍ୟ ସଦନର ମଞ୍ଜୁରୀ ମଧ୍ୟ ଆବଶ୍ୟକ ହେବ। ପ୍ରକୃତରେ ଥାଇଲ୍ୟାଣ୍ଡରେ ଗତ ୨୦୧୩ରୁ ୨୦୨୦ ମଧ୍ୟରେ ୧୬ ହଜାର ୪୧୩ ଜଣ ଯୌନ ଅପରାଧୀଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା। 

Arrested

ତେବେ ସେମାନଙ୍କ ମଧ୍ୟରୁ ୪୮୪୮ ଜଣ ପୁନର୍ବାର ଅପରାଧିକ କାର୍ଯ୍ୟରେ ଲିପ୍ତ ରହିଥିବା ଜଣାଯାଇଛି। ଏଭଳି ପରିସ୍ଥିତିରେ ଯେଉଁ ଅପରାଧି ମାନେ ଦଣ୍ଡ ପାଇବା ପରେ ମଧ୍ୟ ଏଭଳି ଅପରାଧ ଦୋହରାଉଛନ୍ତି ସେମାନଙ୍କୁ ଇଞ୍ଜେକସନ ଦେଇ ଟେଷ୍ଟୋଷ୍ଟିରନ୍ ସ୍ତରକୁ ହ୍ରାସ କରାଇ ଦିଆଯିବ। ଏଥିପାଇଁ ଦୁଇଜଣ ଡାକ୍ତରଙ୍କ ପରାମର୍ଶ ସହିତ ଅପରାଧିଙ୍କୁ ଏହାକୁ ଗ୍ରହଣ କରିବା ପାଇଁ ବିକଳ୍ପ ଦିଆଯିବ। ଥାଇଲ୍ୟାଣ୍ଡରେ ଏହି ନିୟମ ଲାଗୁ ହେଲେ ଏହା ପୋଲାଣ୍ଡ, ଦକ୍ଷିଣ କୋରିଆ, ରୁଷିଆ, ଓଷ୍ଟୋନିଆ ଓ ଆମେରିକାର ରାଜ୍ୟର ଗ୍ରୁପ ସହିତ ସାମିଲ ହୋଇ ପାରିବ।