କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଅନୁଭବ ମହାନ୍ତି! ବିଜେପିରେ ମିଶିବାକୁ ନେଇ ହେଉଛି ଚର୍ଚ୍ଚା, ଜାଣନ୍ତୁ କାହିଁକି ଭେଟିଲେ

 
Anubhab

କଣ ବିଜେଡି ଛାଡ଼ି ବିଜେପିରେ ମିଶିବେ କି ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି? ରାଜ୍ୟର ଶାସକ ଦଳ ପକ୍ଷରୁ ଏକଘରିଆ ହୋଇଯିବା ପରେ ଏଭଳି ଅନେକ କଳ୍ପନା ଜଳ୍ପନା କରାଯାଉଥିବା ବେଳେ ବର୍ତ୍ତମାନ ଏକ ଫୋଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରକୃତରେ ଅନୁଭବ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିବାର ଏକ ଫୋଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି ଯାହାକୁ ନେଇ ଚର୍ଚ୍ଚା ହେଉଛି।

Anubhab meets amit saha

ଏହି ଫୋଟୋଟିକୁ ଅନୁଭବ ନିଜେ ନିଜର ସୋସିଆଲ ମିଡିଆ ଅକାଉଣ୍ଟ ମାଧ୍ୟମରେ ସେୟାର କରିଛନ୍ତି। ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଦେଖାହେବା ସହିତ ଦେଶର ଯୁବପିଢିଙ୍କ ପ୍ରସଙ୍ଗରେ ଆଲୋଚନା କରିଥିବା ଉଲ୍ଲେଖ କରିଛନ୍ତି। ଜଣେ ସାଂସଦ ଭାବରେ ଏହା ଏକ ସାଧାରଣ କଥା ହୋଇଥିଲେ ହେଁ ଅନୁଭବ ଯେଉଁ ପାରିବାରିକ କଳହ ଦେଇ ଗତି କରୁଛନ୍ତି ତାହାରି ଭିତରେ ଏଭଳି ଅମିତ ଶାହାଙ୍କୁ ଦେଖା କରିବା କଥା ସାଧାରଣ ଲୋକେ ହଜ଼ମ କରି ପାରୁନାହାଁନ୍ତି।

Barsha anubhav

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ଲାଗି ରହିଥିବା ବିବାଦ ଅନୁଭବଙ୍କୁ ବହୁତ ମହଙ୍ଗା ପଡୁଛି। ଏକଦା ଷ୍ଟାର କ୍ୟାମ୍ପେନର୍ ଥିବା ଅନୁଭବଙ୍କୁ ପଂଚାୟତ, ପୌର ଓ ପିପିଲି, ବ୍ରଜରାଜନଗର ଉପନିର୍ବାଚନ ପ୍ରଚାରରେ ବିଜେଡି ଗୁରୁତ୍ୱ ଦେଇନାହିଁ। ଏଭଳି ଏକଘରିଆ ହୋଇଯିବା ପରେ ଅନୁଭବ ବିଜେଡି ଛାଡ଼ି ବିଜେପିରେ ମିଶିଯିବାର ସମ୍ଭାବନା ରହିଥିବା କୁହାଯାଉଛି।

From around the web