ଗୁଳିକାଣ୍ଡରେ ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମୃତ! ଭାଇରାଲ ହେଉଛି ଆକ୍ରମଣର ଭିଡ଼ିଓ…. ଦେଖନ୍ତୁ

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ସର୍ବସାଧାରଣରେ ସମସ୍ତଙ୍କ ସାମ୍ନାରେ ଗୁଳି କରି ହତ୍ୟା କରାଯାଇଛି। ଆବେ ଆଜି ସକାଳେ ଏକ ସାଧାରଣ ସଭାରେ ଭାଷଣ ଦେଉଥିବା ବେଳେ ତାଙ୍କୁ ଗୁଳି କରାଯାଇଥିଲା। ଏହି ଗୁଳିକାଣ୍ଡର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଭାଇରାଲ ହେଉଥିବା ଭିଡ଼ିଓରେ ସିଞ୍ଜୋ ଆବେ ଭାଷଣ ଦେଉଥିବା ବେଳେ ତାଙ୍କୁ ପଛପଟରୁ ଗୁଳି କରାଯାଇଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ଏପରିକି ଏହି ଭିଡ଼ିଓରେ ଗୁଳି କରାଯିବାର ଶବ୍ଦ ମଧ୍ୟ ସ୍ପଷ୍ଟ ଭାବରେ ଶୁଣିବାକୁ ମିଳୁଛି। ଗୁଳିକାଣ୍ଡ ପରେ ଗୁରୁତର ହୋଇପଡିଥିବା ଆବେଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆ ଯାଇଥିଲା। ସତଚେଷ୍ଟା ସତ୍ତ୍ୱେ ତାଙ୍କୁ ଡାକ୍ତରୀ ଦଳ ବଞ୍ଚାଇ ପାରିନଥିଲେ। ଦେଖନ୍ତୁ ଭିଡ଼ିଓ:-
奈良県の演説中の
— 【公式】フォロバ100です。かかってこいやぁ (@Hiruru95722714) July 8, 2022
安倍元首相が銃で発砲か……
恐らく最後の2発目でやられたか…#安倍 #安倍元総理 #2発 #安倍首相 pic.twitter.com/BDRz23lp5w
ସିଞ୍ଜୋଙ୍କୁ ଗୁଳିମାଡ କରିଥିବା ବ୍ୟକ୍ତି ୪୧ବର୍ଷର ଜଣେ ଯୁବକ ବୋଲି ଜଣାପଡିଛି। ଜାପାନ ପୋଲିସ ତାଙ୍କୁ ଅଟକ ରଖିବା ସହିତ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ସିଞ୍ଜୋ ଆବେଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ଭାରତ ଓ ଆମେରିକା ସମେତ ଅନେକ ଦେଶ ଦ୍ୱାରା ନିନ୍ଦା କରାଯାଇଛି। ସିଞ୍ଜୋ ଆବେ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ ହୋଇଥିବାରୁ ଏହି ଘଟଣା ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।