ପାକିସ୍ତାନ ଧାନମନ୍ତ୍ରୀ ଆସନରେ ବସୁ ବସୁ କାଶ୍ମୀର ପ୍ରସଙ୍ଗରେ ମୁହଁ ଖୋଲିଲେ ଶାହବାଜ ଶରିଫ, କହିଲେ- ଭାରତ ହେଉଛି...

 
Sharif

ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ଇମ୍ରାନ ଖାନଙ୍କୁ ଲାଗିଛି ବଡ଼ ଝଟକା। ଅନାସ୍ଥା ଭୋଟରେ ହରିବା ପରେ ନିଜ ପଦରୁ ଗାଦିଚ୍ୟୁତ ହୋଇଛନ୍ତି ଇମ୍ରାନ। ତେବେ, ସଂଯୁକ୍ତ ବିରୋଧୀ ଦଳ ନୱାଜ ଶରିଫଙ୍କ ଭାଇ ଶାହବାଜ ଶରିଫଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ବାଛିଛନ୍ତି। ଯଦି ଆଉ କିଛି ନୂଆ ଡ୍ରାମା ନ ହୁଏ ତେବେ ସୋମବାର ହିଁ ଶାହବାଜ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

Sharif

ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେ ଭାରତ ସହିତ ସମ୍ପର୍କ ଏବଂ କାଶ୍ମୀରକୁ ନେଇ ବଡ଼ ବୟାନ ଦେଇଛନ୍ତି। ଶାହବାଜଙ୍କ କହିବା ଅନୁଯାଇ ଭାରତ ସହିତ ପାକିସ୍ତାନର ଶାନ୍ତି ଚାହୁଁଛି। କିନ୍ତୁ, ଯେପର୍ଯ୍ୟନ୍ତ କାଶ୍ମୀର ମାମଲା ସମାଧାନ ନ ହୋଇଛି ସେପର୍ଯ୍ୟନ୍ତ ଏହି ଦୁଇ ରାଷ୍ଟ୍ର ମଧ୍ୟରେ ଶାନ୍ତି ବଜାୟ ରହିବା ଅସମ୍ଭବ ବୋଲି ସେ ମତପୋଷଣ କରିଛନ୍ତି। ଶାହବାଜ ପ୍ରଧାନମନ୍ତ୍ରୀ ହେବାପରେ ଭାରତକୁ ନେଇ ତାଙ୍କର କଣ ଆଭିମୁଖ୍ୟ ରହିବ ସେଥିନେଇ କଳ୍ପନାଜଳ୍ପନା ଜାରି ରହିଛି।

India pakistan

ଗାଦିଚ୍ୟୁତ ହେବାପରେ ଇମ୍ରାନ ତାଙ୍କର ସମ୍ପର୍କୀୟ ଏବଂ ନିକଟତମ ଲୋକେ କଟକଣାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏପରିକି ଅଗକୁ ଇମ୍ରାନଙ୍କର ବିଦେଶ ଗସ୍ତକୁ ନେଇ ମଧ୍ୟ କଟକଣା ଲାଗୁ କରାଯାଇପାରେ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ତାଙ୍କୁ ଗାଦିଚ୍ୟୁତ କରିବାକୁ କିଛି ପଡୋଶୀ ରାଷ୍ଟ୍ର ଷଡଯନ୍ତ୍ର କରିଥିବା ଏବଂ ସେମାନେ ଦେଇଥିବା ଟଙ୍କାରେ ହିଁ ବିରୋଧୀଦଳମାନେ ପିଟିଆଇର ସାଂସଦ ଓ ବିଧାୟକ ମାନଙ୍କୁ କିଣି ନେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।