କେତେ ଟଙ୍କା ପାଇଥାନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ! ସବୁ ରାଜ୍ୟର ଦରମା ଅଲଗା କାହିଁକି? ଜାଣନ୍ତୁ ନବୀନ ପଟ୍ଟନାୟକଙ୍କ ଦରମା

 
Chief minister salary

ରାଜ୍ୟର ମୁଖିଆ ଅଥବା ମୁଖ୍ୟମନ୍ତ୍ରୀ, ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଏହି ଜନପ୍ରତିନିଧି ରାଜ୍ୟର ସମ୍ପୂର୍ଣ୍ଣ ଭାର ସମ୍ଭାଳି ଥାଆନ୍ତି। ତେବେ, ରାଜ୍ୟର ମୁଖ୍ୟମନ୍ତ୍ରୀ କେତେ ଟଙ୍କା ଦରମା ପାଆନ୍ତି ଆପଣ ଜାଣନ୍ତି କି? ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେତେ ଦରମା ପାଆନ୍ତି ତାହା ଆପଣ ଜାଣନ୍ତି କି? ଏଠାରେ କହି ରଖୁଛୁ ଯେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ଦରମା ସେଇ ରାଜ୍ୟର ବିଧାନସଭାରେ ନିର୍ଦ୍ଧାରିତ ହୋଇଥାଏ।

Parliament

ଗୁଜୁରାଟର ମୁଖ୍ୟମନ୍ତ୍ରୀ ୩ଲକ୍ଷ ୨୧ ହଜାର ଟଙ୍କା ଦରମା ପାଇଥାନ୍ତି। ସେହିପରି ହିମାଞ୍ଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ୧୦ ହଜାର ଟଙ୍କା, ହରିୟାଣା ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୮୮ ହଜାର ଟଙ୍କା ଦରମା ପାଇଥାନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୫୫ ହଜାର, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୩୦ହଜାର ପାଉଥିବା ବେଳେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୭୨ ହଜାର ଟଙ୍କା ଦରମା ପାଆନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଦରମା ଆକାରରେ ୨ ଲକ୍ଷ ୩୦ ହଜ଼ାର ଟଙ୍କା ନେଇଥାନ୍ତି। ଗୋଆ ମୁଖ୍ୟମନ୍ତ୍ରୀ ୨ଲକ୍ଷ ୨୦ହଜାର ଟଙ୍କା, ତାମିଲନାଡୁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୫ ହଜାର ଟଙ୍କା ଦରମା ନେଉଥିବା ବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଓ ବିହାର ମୁଖ୍ୟମନ୍ତ୍ରୀ ୨ଲକ୍ଷ ୧୫ ହଜାର ଟଙ୍କା ନେଇଥାନ୍ତି। ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦରମା ସୂତ୍ରରେ ୧ଲକ୍ଷ ୭୪ ହଜାର ଟଙ୍କା, ସିକିମ ମୁଖ୍ୟମନ୍ତ୍ରୀ ୧ଲକ୍ଷ ୯୦ ହଜାର ଟଙ୍କା, କେରଳ ମୁଖ୍ୟମନ୍ତ୍ରୀ ୧ଲକ୍ଷ ୮୫ ହଜାର ଟଙ୍କା ନେଇଥାନ୍ତି।

Naveen pattnaik

ଠିକ ସେହିପରି ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧ ଲକ୍ଷ ୬୦ହଜାର ଟଙ୍କା, ମେଘାଳୟର ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୫୦ ହଜାର ଟଙ୍କା, ଅରୁଣାଞ୍ଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୩୩ ହଜାର ଟଙ୍କା ଦରମା ନେଉଥିବା ବେଳେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ୨ଲକ୍ଷ ୪ହଜାର ଟଙ୍କା ଦରମା ନିଅନ୍ତି। ଉତ୍ତର ପୂର୍ବ ରାଜ୍ୟ ଆସାମର ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୬୦ ହଜାର ଟଙ୍କା ନେଇଥାନ୍ତି। ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୧୭ ହଜାର ଟଙ୍କା, ମଣିପୁର ମୁଖ୍ୟମନ୍ତ୍ରୀ ୧ଲକ୍ଷ ୨୦ ହଜାର ଟଙ୍କା, ମିଜୋରାମ ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୧୪ ହଜାର ଟଙ୍କା ଏବଂ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ୧ଲକ୍ଷ ୨୦ହଜାର ଟଙ୍କା ଦରମା ନେଇଥାନ୍ତି।

Salary

 ଦେଖିବାକୁ ଗଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ସବୁଠାରୁ କମ ଦରମା ନେଇଥାନ୍ତି। ସେ ମାସିକ ୧ଲକ୍ଷ ୫ହଜାର ଟଙ୍କା ଦରମା ନେଇଥାନ୍ତି। ନାଗଲ୍ୟାଣ୍ଡ ମୁଖ୍ୟମନ୍ତ୍ରୀ ୧ଲକ୍ଷ ୧୦ହଜାର ଟଙ୍କା ଦରମା ନିଅନ୍ତି। ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ୪ ଲକ୍ଷ ୧୦ ହଜାର ଟଙ୍କା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଅନ୍ତୁ ୩ଲକ୍ଷ ୯୦ହଜାର ଟଙ୍କା, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ୩ଲକ୍ଷ ୪୦ହଜାର, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୧ଲକ୍ଷ ୨୫ ହଜାର ଟଙ୍କା ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ୩ଲକ୍ଷ ୬୫ହଜାର ଟଙ୍କା ଦରମା ନିଅନ୍ତି।