ଦ୍ରୌପଦୀ ମୁର୍ମୁ ହେଲେ ରାଷ୍ଟ୍ରପତି! ମର୍ସେଡିଜ ଗାଡ଼ି ସହ ବିଳାସପୂର୍ଣ୍ଣ ଆବାସ, ଜାଣନ୍ତୁ ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ମିଳିବ କେଉଁ ସବୁ ସୁବିଧା

 
President india

ପ୍ରଥମ ଆଦିବାସୀ ପ୍ରାର୍ଥୀ ଭାବରେ ଭାରତର ରାଷ୍ଟ୍ରପତି ହୋଇ ଇତିହାସ ରଚିଛନ୍ତି ଏନଡ଼ିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଆଜି ସଂସଦ ଗୃହରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣନା ଶେଷ ହୋଇଥିବା ବେଳେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ରପତି ହେବାପରେ ଦ୍ରୌପଦୀ ମୁର୍ମୁଙ୍କୁ ଅନେକ ପ୍ରକାର ସୁବିଧା ମିଳିବ। ତେବେ, ଆସନ୍ତୁ ଏହି ସବୁ ସୁବିଧା ଉପରେ ନଜର ପକାଇବା।

Draupadi murmu

୧. ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତି ଭବନରେ ରହିବାକୁ ସୁଯୋଗ ମିଳିବ। ପ୍ରତି ମାସରେ ତାଙ୍କୁ ୫ ଲକ୍ଷ ଟଙ୍କା ଦରମା ମିଳିବ। ଏହା ବ୍ୟତୀତ ମାଗଣା ଚିକିତ୍ସା ସହିତ ଟେଲିଫୋନ୍ ବିଲ୍, ଗୃହ, ବିଦ୍ୟୁତ୍ ପାଇଁ ଅନେକ ଭତ୍ତା ମଧ୍ୟ ମିଳିବ।

Rastrapati bhawan

୨. ଯାତାୟାତ କରିବା ପାଇଁ ରାଷ୍ଟ୍ରପତିଙ୍କୁ ବୁଲେଟପ୍ରୁଫ୍ ମର୍ସିଡିଜ୍-ବେଞ୍ଜ୍ ଏସ ୬୦୦ ମିଳିବ। ତାଙ୍କୁ ସୁରକ୍ଷା ଦେବା ପାଇଁ ୮୬ ଜଣିଆ ସ୍ୱତନ୍ତ୍ର ଅଙ୍ଗରକ୍ଷୀ ମୁତୟନ କରାଯିବ।

Car

୩. ଅବସର ନେବା ପରେ ମଧ୍ୟ ତାଙ୍କୁ ମାସିକ ଦରମାର ଅଧା ତଥା ୨.୫ ଲକ୍ଷ ଟଙ୍କା ପେନସନ୍ ଆକାରରେ ମିଳିବ। ଗୋଟିଏ ବଙ୍ଗଳା, ଦୁଇଟି ମୋବାଇଲ୍ ଫୋନ୍ ଏବଂ ଆଜୀବନ ମାଗଣା ଚିକିତ୍ସା ସୁବିଧା ଯୋଗାଇଦିଆଯିବ।

Security

୪. ରାଷ୍ଟ୍ରପତି ବିଳାସମୟ ରାଷ୍ଟ୍ରପତି ଭବନରେ ରହିବେ। ଏହି ଭବନ ୩୨୦ରେ ଏକରରେ ତିଆରି ହୋଇଥିବା ବେଳେ ତିନି ମହଲା ବିଶିଷ୍ଟ ଏହି ଭବନରେ ୩୪୦ଟି କୋଠରୀ ରହିଛି। ଏହାକୁ ବ୍ରିଟିଶ ଅମଳରେ ତିଆରି କରାଯାଇଥିବା ବେଳେ ଏଥିପାଇଁ ୧୭ ବର୍ଷ ସମୟ ଲାଗିଥିଲା।