ସାଧୁଙ୍କ ବଡ଼ ଭବିଷ୍ୟବାଣୀ, କହିଲେ ରାହୁଲ ଗାନ୍ଧୀ ହେବେ ଭାରତର ଆଗାମୀ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ପୂରା ଖବର

 
Rahul gandhi

କର୍ଣ୍ଣାଟକ ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଗକୁ ଯାଇ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି କହିଛନ୍ତି ଲିଙ୍ଗାୟତ ସେମିନାରିର ଜଣେ ସାଧୁ। କର୍ଣ୍ଣାଟକ ଲିଙ୍ଗାୟତ ସମ୍ପ୍ରଦାୟର ଲୋକେ ବିଜେପିକୁ ସମର୍ଥନ କରି ଆସୁଥିବା ବେଳେ ସାଧୁଙ୍କର ଏଭଳି କଥା ସେଠାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅବଶ୍ୟ ଉପସ୍ଥିତ ଥିବା ଅନ୍ୟ ଜଣେ ସାଧୁ ଆସି କଥା ବଦଳାଇ ଦେଇଥିବା ସୂଚନା ମିଳିଛି।

Rahul gandhi

ମିଳିଥିବା ଖବର ଅନୁଯାଇ ରାହୁଲ୍‌ ଗାନ୍ଧୀ ଚିତ୍ରଦୁର୍ଗାସ୍ଥିତ ‘ଶ୍ରୀମୁରୁଗରାଜେନ୍ଦ୍ର ମଠ’ର ସାଧୁମାନଙ୍କୁ ଭେଟିବା ବେଳେ ବାବେରି ହୋସାମଠସ୍ବାମୀ ନାମରେ ଜଣେ ସାଧୁ ଭାଷଣ ଦେଉଥିବା ବେଳେ ଆଗକୁ ରାହୁଲ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି କହିଥିଲେ। ଏପରି କଥା ଶୁଣି ମଠର ଅଧ୍ୟକ୍ଷ ଶ୍ରୀଶିବମୂର୍ତ୍ତି ମୁରୁଗା ତୁରନ୍ତ ନିଜ ଶରନାରୁ ଉଠି ତାଙ୍କୁ ବାଧା ଦେଇଥିଲେ ଏବଂ କଥା ବଦଳାଇ କହିଥିଲେ ଯେ,"ଆମ ମଠକୁ ଯିଏ ଆସନ୍ତି, ସେମାନେ ଆଶିଷ ଲାଭ କରନ୍ତି"।

Sadhu

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଲିଙ୍ଗାୟତ ଜନଜାତି କର୍ଣ୍ଣାଟକ ଜନସଂଖ୍ୟାର ପ୍ରାୟ ୧୭% ଅଟନ୍ତି। ଏମାନେ ପ୍ରାୟତଃ ବିଜେପି ସରକାରକୁ ସମର୍ଥନ କରିବା ସହିତ ବିଜେପିକୁ ହିଁ ଭୋଟ ଦେଇଥାନ୍ତି। ଏପରିକି ‘ବିଜେପି’ ଲିଙ୍ଗାୟତ ସମ୍ପ୍ରଦାୟର ‌ବି.ଏସ୍‌. ୟେଦିୟୁରପ୍ପା ଏବଂ ପରେ ବସବରାଜ ବୋମ୍ମାଇଙ୍କୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରେ ବସାଇ ସାରିଛି। ଏଠାରେ କଂଗ୍ରେସର ବଳ ଫିକା ପଡୁଥିବାରୁ ଦଳର ସଙ୍ଗଠନକୁ ସୁଦୃଢ଼ କରବା ଲାଗି ରାହୁଲ୍‌ ଗାନ୍ଧୀ କର୍ଣ୍ଣାଟକ ଗସ୍ତ କରିଛନ୍ତି।