ଋଷର ଭୟଙ୍କର ଅତ୍ୟାଚାର! ୟୁକ୍ରେନ୍ ମହିଳା ସୈନିକଙ୍କ ଋଷର ସେନା କରୁଛି ଏହି ଖରାପ କାମ, ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍

 
Russia Ukraine

ମାସ ମାସ ଧରି ଚାଲିଲାଣି ଋଷ-ୟୁକ୍ରେନ ଯୁଦ୍ଧ। ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଶକ୍ତିରେ ବେସ୍ ଆଗରେ ଥିବା ଋଷ ଲଗାତାର ଆକ୍ରମଣ କରିଚାଲିଛି। ଏହାରି ଭିତରେ ୟୁକ୍ରେନ ସୈନିକ ଖାସ୍ କରି ମହିଳା ସୈନିକମାନଙ୍କ ଉପରେ ଋଷ ସେନା ଘୋର ଅତ୍ୟାଚାର କରୁଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି। ଧରାପଡ଼ିଥିବା ୟୁକ୍ରେନ ମହିଳା ସୈନିକଙ୍କୁ ଋଷ ସେନା ନିର୍ଯାତନା ଦେଉଥିବା କୁହାଯାଉଛି।

Ukraine army

ୟୁକ୍ରେନର ଜଣେ ମାନବ ଅଧିକାର କର୍ମକର୍ତ୍ତାଙ୍କ କହିବା ଅନୁଯାଇ କଏଦ ହୋଇଥିବା ମହିଳା ସୈନିକ ମାନଙ୍କୁ ଋଷ ସେନା ପକ୍ଷରୁ ବ୍ରିୟାଂସ୍କ ସ୍ଥିତ ଏକ ପ୍ରି-ଟ୍ରାଏଲ ଡିଟେଣ୍ଟଶନ ସେଣ୍ଟରକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ନିବସ୍ତ୍ର କରାଯିବା ସହିତ ସେମାନଙ୍କର କେଶ କାଟି ଦିଆଯାଇଥିଲା। ସେହି ଲଜ୍ଜାଜନକ ଅବସ୍ଥାରେ ହିଁ ସେମାନଙ୍କୁ ପଚରାଉଚରା କରାଯାଇଥିଲା।

Army

ୟୁକ୍ରେନିଅନ୍ ପାର୍ଲିଆମେଣ୍ଟ କମିଶନର ଫର୍ ହ୍ୟୁମ୍ୟାନ୍ ରାଇଟ୍ସ, ଲ୍ୟୁଡମେଲା ଡେନିସୋଭା ମଙ୍ଗଳବାର ନିଜ ଅଫିସିଆଲ ଟେଲିଗ୍ରାମ ପେଜରେ ଏଥିନେଇ ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଏକ ସପ୍ତାହ ହେବ ଏହି ମାମଲା ନେଇ ଉଭୟ ରାଷ୍ଟ୍ର ଭିତରେ ଆଲୋଚନା ଜାରି ରହିଥିଲା। ଏହାପରେ ଉଭୟ ପକ୍ଷ ୮୬ ଜଣ କଏଦୀଙ୍କୁ ମୁକ୍ତ କରିବାପାଇଁ ନିଷ୍ପତ୍ତି ନେଇଥିଲେ।