'ତମ ପିଲାଙ୍କୁ ଆମେ ସୁରକ୍ଷା ଦେବୁ' ୟୁକ୍ରେନରୁ ଭାରତୀୟଙ୍କୁ ଫେରାଇବା ପାଇଁ ପୋଲାଣ୍ଡର ସାହାଯ୍ୟ ପଛରେ ରହିଛି ଏହି ରୋଚକ କାହାଣୀ

 
Poland

ଆଜିକୁ ୧୨ ଦିନ ହେବ ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧରେ କେବଳ ୟୁକ୍ରେନବାସୀ ନୁହେଁ ବରଂ ଅନ୍ୟ ଦେଶର ନାଗରିକ ମଧ୍ୟ ଫସି ରହିଛନ୍ତି। ଏଭଳି ପରିସ୍ଥିତିରେ ହଜ଼ାର ହଜ଼ାର ଭାରତୀୟ ଛାତ୍ରଛାତ୍ରୀ ସେଠାରେ ଫସି ରହିଥିଲେ ଯେଉଁମାନଙ୍କୁ ଭାରତ ସ୍ବଦେଶ ଫେରାଇ ଆଣିବା ପାଇଁ ଚେଷ୍ଟା ଜାରି ରଖିଛି। ଏହି କ୍ରମରେ ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ର ପୋଲାଣ୍ଡ ଭାରତକୁ ସବୁଠାରୁ ଅଧିକ ସହାୟତା କରୁଛି।

Indian students

ଭାରତ ପୋଲାଣ୍ଡ ଦେଇ ଭାରତୀୟ ମାନଙ୍କୁ ଆଣିବାକୁ ଚେଷ୍ଟା କରୁଥିବା ବେଳେ ପୋଲାଣ୍ଡ ସରକାର ଏଥିରେ ଆକୁଣ୍ଠ ସହାୟତା କରୁଛନ୍ତି। ପୋଲାଣ୍ଡ ସରକାର ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଖାଇବା-ପିଇବାର ସୁବିଧା କରାଇବା ସହିତ ଭାରତୀୟଙ୍କ ପାଇଁ ମାଗଣା ଭିସା ଘୋଷଣା କରିଛନ୍ତି। ତେବେ, ଭାରତ ପ୍ରତି ପୋଲାଣ୍ଡର ଏହି ଉଦାରତା ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ନିଶ୍ଚିତ। ପ୍ରକୃତରେ ବର୍ଷ ବର୍ଷ ତଳେ ଭାରତ ପୋଲାଣ୍ଡ ମହିଳା ଏବଂ ଶିଶୁମାନଙ୍କୁ ଯେଉଁଭଳି ଭାବରେ ସହାୟତା କରିଥିଲା ତାହାର ଋଣ ବର୍ତ୍ତମାନ ପୋଲାଣ୍ଡ ସୁଝାଇବାକୁ ଚେଷ୍ଟା କରୁଛି।

Raja of gujurat

ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ପୋଲାଣ୍ଡ ସୋଭିଏତ ୟୁନିଅନର ଅଂଶ ରହିଥିଲା। ଯେତେବେଳେ ହିଟଲର ସେନା ପୋଲାଣ୍ଡ ଉପରେ ଆକ୍ରମଣ କରିଲେ ସେତେବେଳେ ପୋଲାଣ୍ଡ ସୈନିକମାନେ ପ୍ରାୟ ୫୦୦ ମହିଳା ଏବଂ ୨୦୦ ଶିଶୁଙ୍କୁ ଏକ ଜାହାଜ ମାଧ୍ୟମରେ ଛାଡ଼ିଦେଇଥିଲେ। କ୍ୟାପଟେନଙ୍କୁ କୁହାଯାଇଥିଲା ଯେ ଏହି ସମସ୍ତ ଲୋକଙ୍କୁ ଏମିତି ଏକ ଦେଶରେ ଛାଡିବ, ଯେଉଁଠି ସେମାନଙ୍କୁ ଆଶ୍ରୟ ମିଳିବ।

Sainik school

ଏହି ଜାହାଜ ପ୍ରଥମେ ଇରାନ ଯାଇଥିଲା ଯେଉଁଠାରେ ସେମାନଙ୍କୁ ଆଶ୍ରୟ ମିଳିନଥିଲା। ତେବେ, ଭୁଲବଶତଃ ଏହି ଜାହାଜ ଗୁଜୁରାଟ କୂଳରେ ଲାଗିଥିଲା। ସେହି ସମୟରେ ସେଠାରେ ରାଜା ଥିବା ଜାମ ସାହେବ ଦିଗବିଜୟ ସିଂ ସମସ୍ତଙ୍କୁ ଆଶ୍ରୟ ଦେବାକୁ ରାଜି ହୋଇଥିଲେ। ଏଥିସହିତ, ବାଲାଚଢିର ସୈନିକ ସ୍କୁଲରେ ପିଲାମାନଙ୍କ ଶିକ୍ଷା ପାଇଁ ମଧ୍ୟ ରାଜା ସାହେବ ବ୍ୟବସ୍ଥା କରିଥିଲେ। ପୋଲାଣ୍ଡର ଏହି ଶରଣାର୍ଥମାନେ ସେଠାରେ ପ୍ରାୟ ୯ ବର୍ଷ ରହିଥିଲେ ବୋଲି କୁହାଯାଏ। ଦୀର୍ଘ ୪୩ ବର୍ଷ ପରେ ପୋଲାଣ୍ଡ ସ୍ୱତନ୍ତ୍ର ରାଷ୍ଟ୍ର ଭାବରେ ପ୍ରତିଷ୍ଠା ହେବାପରେ ରାଜା ଜାମ ସାହେବ ଦିଗବିଜୟ ସିଂଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ, କମାଣ୍ଡର କ୍ରସ୍ ଅଫ୍ ଅର୍ଡର ଅଫ୍ ମେରିଟ୍ ପ୍ରଦାନ କରାଯାଇଥିଲା। ହୁଏତ ଭାରତର ସେହି ଉପକାରକୁ ପୋଲାଣ୍ଡ ଏପର୍ଯ୍ୟନ୍ତ ଭୁଲି ପାରିନାହିଁ।