ଚୀନକୁ କଡ଼ା ଚେତାବନୀ ଦେଲା ଭାରତ, ରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଲେ- ଭାରତକୁ କ୍ଷତି ପହଞ୍ଚାଇଲେ...

 
Rajnath singh

ଚୀନ୍ କୁ ଖୋଲାଖୋଲି ଚେତାବନୀ ଦେଲେ ଭାରତର ରକ୍ଷାମନ୍ତ୍ରୀ ରାଜନାଥ ସିଂ। ଦୀର୍ଘଦିନ ଧରି ପାକିସ୍ତାନକୁ ସହାୟତା କରିବା ସହିତ ଭାରତ ବିରୋଧୀ କାର୍ଯ୍ୟକଳାପ କରି ଆସୁଥିବା ଚୀନ୍ ଉଦ୍ଧେଶ୍ୟରେ କଠୋର ବାର୍ତ୍ତା ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଏକ ଶକ୍ତିଶାଳୀ ଦେଶ ଭାବରେ ଉଭା ହୋଇଛି ଏବଂ ଆଗକୁ ବଢୁଛି। ଭାରତ ସହିତ କେହି ବି ଶତ୍ରୁତା କରିଲେ ଭାରତ ତାକୁ ଛାଡ଼ିବ ନାହିଁ।

Rajnath singh

ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟ୍ ଦ୍ୱାରା ତାଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ରିସେପ୍ସନରେ ପ୍ରତିରକ୍ଷା ମନ୍ତ୍ରୀ ଚୀନ୍ ସୀମାରେ ଭାରତୀୟ ସୈନିକମାନଙ୍କ ଦ୍ୱାରା ପ୍ରଦର୍ଶିତ ବୀରତ୍ୱ ବିଷୟରେ ସମାବେଶକୁ କହିଥିଲେ। ସେ କହିଥିଲେ ଯେ," ଭାରତୀୟ ସୈନିକ କଣ କଣ କରିଥିଲେ ସେଥିନେଇ ମୁଁ ଖୋଲାଖୋଲି କହିପାରିବି ନାହିଁ। କିନ୍ତୁ, ଏହା ନିଶ୍ଚିତ ଭାବରେ କହିପାରିବି ଯେ ଯଦି ଭାରତର କ୍ଷତି ହୁଏ ତେବେ ଭାରତ କାହାକୁ ଛାଡ଼ିବ ନାହିଁ"।

Rajnath singh

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପାଙ୍ଗଙ୍ଗ ହ୍ରଦ ଅଞ୍ଚଳରେ ହିଂସାତ୍ମକ ସଂଘର୍ଷ ପରେ ଭାରତୀୟ ତଥା ଚୀନ୍ ସୈନ୍ୟବାହିନୀ ମଧ୍ୟରେ ଲଦାଖ ସୀମା ବିବାଦ ୫ ମଇ ୨୦୨୦ ରେ ଆରମ୍ଭ ହୋଇଥିଲା। ଜୁନ୍ ୧୫, ୨୦୨୦ ରେ ଗାଲୱାନ୍ ଉପତ୍ୟକା ସଂଘର୍ଷ ପରେ ଉଭୟ ପକ୍ଷ ସୈନିକଙ୍କ ଗତିବିଧି ବଢ଼ି ଯାଇଥିଲା। ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ଏବଂ କିଛି ସଂଖ୍ୟକ ଚୀନ୍ ସୈନିକ ପ୍ରାଣ ହରାଇଥିଲେ।