ମହଙ୍ଗା ପଡିଲା ବିକ୍ଷୋଭ ପ୍ରଦର୍ଶନ! ରାହୁଲ ଗାନ୍ଧୀଙ୍କୁ ଗିରଫ କରିଲା ପୋଲିସ, ଜାଣନ୍ତୁ ପୂରା ଖବର

 
Rahul gandhi

ବିକ୍ଷୋଭ ପ୍ରଦର୍ଶନ କରିବା ପଡ଼ିଲା ମହଙ୍ଗା। ରାହୁଲ ଗାନ୍ଧୀଙ୍କୁ ଗିରଫ କରିଲା ପୋଲିସ। ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଙ୍ଗ ମାମଲାରେ କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡ଼ି ପୁଣିଥରେ ସମନ ଜାରି କରିବା ପରେ ଏଭଳି ଘଟଣା ଘଟିଛି। ପ୍ରବର୍ତ୍ତନ ମନ୍ତ୍ରଣାଳୟ ଜେରା ପାଇଁ ସୋନିଆ ଗାନ୍ଧୀଙ୍କୁ ନୋଟିସ ଜାରି କରୁଥିବାରୁ ଏହାକୁ ବିରୋଧ କରି ଆସୁଛି କଂଗ୍ରେସ।

Rahul gandhi

 ପ୍ରବର୍ତ୍ତନ ମନ୍ତ୍ରଣାଳୟର ଏପରି କାର୍ଯ୍ୟାନୁଷ୍ଠାନରେ କଂଗ୍ରେସ କ୍ଷୋଭ ବ୍ୟକ୍ତ କରିଛି। ଏହା ବିରୋଧରେ ସାରା ଦେଶରେ ଥିବା ସମସ୍ତ ଇଡ଼ି ଅଫିସ୍ ଆଗରେ ଧାରଣା ଦେଇଛନ୍ତି। କେବଳ ଇଡ଼ି ଅଫିସ ତାହା ନୁହେଁ ଏହି ଘଟଣାକୁ ବିରୋଧ କରି କଂଗ୍ରେସ କର୍ମକର୍ତ୍ତାମାନେ ସାଂସଦ ଘେରାଉ କରିଥିଲେ। ଅନ୍ୟପକ୍ଷରେ କର୍ମୀଙ୍କୁ ନେଇ ବିଜୟ ଚୌକ ନିକଟରେ ଧାରଣାରେ ବସିଥିବାବେଳେ ପୋଲିସ ରାହୁଲ ଗାନ୍ଧୀଙ୍କୁ ଗିରଫ କରିଛି। ତାଙ୍କ ସହିତ ଆଉ କିଛି ସାଂସଦ ମଧ୍ୟ ଗିରଫ ହୋଇଥିବା ଜଣାଯାଇଛି।