ଆମେରିକାରେ ଭାରତୀୟ ମହିଳାଙ୍କ ସହ ଭେଦଭାବ! ‘ଆଇ ହେଟ୍ ଇଣ୍ଡିଆନ୍ସ’ କହି ମାଡ଼ ମାରିଲେ ଆମେରିକୀୟ ମହିଳା, ଦେଖନ୍ତୁ ଭିଡ଼ିଓ

 
American woman

ପୁଣିଥରେ ଆମେରିକାରେ ସାମ୍ପ୍ରଦାୟିକ ଭେଦଭାବର ଶିକାର ହୋଇଛନ୍ତି ଭାରତୀୟ। ପୂର୍ବରୁ ଏଭଳି ଅନେକ ଘଟଣା ଘଟିସାରିଥିବା ବେଳେ କିଛି ଦିନ ତଳେ ଜଣେ ଆମେରିକୀୟ ମହିଳା ୪ ଜଣ ଭାରତୀୟ ମହିଳାଙ୍କୁ ଗାଳିଗୁଳଜ କରିବା ସହିତ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି। ଏହି ଘଟଣାର ଏକ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି।

Fight

ନିର୍ଯାତିତ ହୋଇଥିବା ଜଣେ ମହିଳାଙ୍କ ପୁଅ କହିବା ଅନୁଯାଇ ତାଙ୍କ ମା’ ୩ଜଣ ବାନ୍ଧବୀଙ୍କ ସହ ଡେଲ୍ଲାସ ନାମକ ଏକ ହୋଟେଲରେ ରାତ୍ରୀ ଭୋଜନ ସାରି ପାର୍କିଙ୍ଗ ଆଡକୁ ଯାଉଥିଲେ। ଠିକ ଏହି ସମୟରେ ସେଠାକୁ ଜଣେ ଆମେରିକୀୟ ମେକ୍ସିକାନ ମହିଳା ଚାଲି ଆସିଥିଲେ। ସେ ଇଂରାଜୀ କହିବାରେ ଭାରତୀୟ ଢାଞ୍ଚା ଶୁଣି ଉତକ୍ଷିପ୍ତ ହୋଇ ଉଠିଥିଲେ ଏବଂ ‘ଆଇ ହେଟ୍ ଇଣ୍ଡିଆନ୍ସ’ ବୋଲି କହି ସମସ୍ତଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଯଦି ଭାରତ ଏତେ ଭଲ ତେବେ ତୁମେମାନେ ଆମେରିକା କଣ ପାଇଁ ଆସୁଛ ବୋଲି ମହିଳା ଜଣକ ପ୍ରଶ୍ନ କରିବା ସହିତ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଏଥିସହିତ ପୋଲିସ ଅଭିଯୁକ୍ତ ଆମେରିକୀୟ ମହିଳାଙ୍କୁ ଗିରଫ କରି ତାଙ୍କ ଉପରେ ୧୦ ହଜାର ଆମେରକୀୟ ଡଲାର ଜରିମାନା ଲାଗାଇଥିବା ଜଣାଯାଇଛି।