କେବଳ ୟୁକ୍ରେନ୍ ନୁହେଁ ପୁଟିନଙ୍କ ଟାର୍ଗେଟରେ ରହିଛି ଏହିସବୁ ଦେଶ! ଭୁଲରେ ଖୁଲାସା କରିଦେଲେ ରାଷ୍ଟ୍ରପତି, ଜାଣନ୍ତୁ

 
Russia target

ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଦିନକୁ ଦିନ ଯୁଦ୍ଧର ବିଭୀଷିକା ବଢ଼ିବାରେ ଲାଗିଛି। ଶକ୍ତିଶାଳୀ ଋଷ ବିରୁଦ୍ଧରେ ୟୁକ୍ରେନ ସାହାସିକତାର ସହିତ ଠିଆ ହୋଇଥିଲେ ହେଁ ଏହି ଯୁଦ୍ଧରେ ଋଷର ପକ୍ଷ ଭାରି ରହିଛି। ଗୋଟିଏ ପଟେ ଆମେରିକା ଓ ପଶ୍ଚିମ ଦେଶମାନେ ପୁତିନଙ୍କ ବିରୋଧରେ ବୟାନ ଦେଉଥିବା ବେଳେ ବେଲାରୁଷ ଭଳି କିଛି ଦେଶ ପ୍ରତ୍ୟେକ୍ଷ ଭାବେ ଋଷକୁ ସମର୍ଥନ ଜଣାଇଛନ୍ତି। ଏପରିକି ବେଲାରୁଷ ପଟରୁ ହିଁ ବୋମା ଏବଂ ମିସାଇଲ ମାଡ଼ ହେଉଥିବା ୟୁକ୍ରେନ ଅଭିଯୋଗ କରିସାରିଛି।

Putin

ତେବେ, ୟୁକ୍ରେନକୁ ହରାଇବା ପରେ ଋଷ ଅଟକିବ ନାହିଁ ବରଂ ଆହୁରି କିଛି ଦେଶ ଉପରେ ଆଧିପତ୍ୟ ବିସ୍ତାର କରିବା ପାଇଁ ପ୍ରସ୍ତୁତ ହେଉଛି ବୋଲି ଶୁଣିବାକୁ ମିଳୁଛି। ଋଷକୁ ସମର୍ଥନ କରୁଥିବା ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୁଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଆଗାମୀ ସମୟରେ ଋଷ ମୋଲଡୋଭା ଏବଂ ଅନ୍ୟ କିଛି ଦେଶ ମାନଙ୍କ ଉପରେ ଆକ୍ରମଣ କରିପାରେ ବୋଲି ସୂଚନା ମିଳୁଛି।

Moldova

ଭିଡ଼ିଓଟିରେ ବେଲାରୁଷ ରାଷ୍ଟ୍ରପତି ନିଜର ସୁରକ୍ଷା ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଥିବା ବେଳେ ବିଶ୍ୱ ମ୍ୟାପ ଦେଖାଇ ସାମରିକ ରଣନୀତି ବିଷୟରେ କଥା ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡ଼ିଓରେ ସେ ଋଷ, ବେଲାରୁଷ,ୟୁକ୍ରେନ ଓ କିଛି ୟୁରୋପୀୟ ଦେଶ ଉପରେ ନିଶାନା ଲଗାଉଥିବା ଜଣାଯାଇଛି। ତେଣୁ ଆଗକୁ କିଛି ୟୁରୋପୀୟ ସହର ଗୁଡିକ ଉପରେ ବିପଦ ରହିଥିବା ଅନୁମାନ କରାଯାଉଛି।