ୟୁକ୍ରେନ ରାଷ୍ଟ୍ରପତିଙ୍କ ପ୍ରେମରେ ପୁଟିନଙ୍କ ଝିଅ! ଗତ ୨ ବର୍ଷ ମଧ୍ୟରେ ଭେଟିଛନ୍ତି ୫୦ ଥର, ଜାଣନ୍ତୁ କାହିଁକି

 
Keterina

ଦୀର୍ଘ ୩ ମାସ ହେଲାଣି ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଛି ଯୁଦ୍ଧ। ଗୋଟିଏ ପଟେ ଯୁଦ୍ଧ ସରିବାର ନାଁ ଧରୁନଥିବା ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅକୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ପୁଟିନଙ୍କ ସାନ ଝିଅ କେଟେରୀନା ତିଖୋନେବାଙ୍କର କୁଆଡେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ସହିତ ପ୍ରେମ ସମ୍ପର୍କ ରହିଥିବା ଶୁଣିବାକୁ ମିଳୁଛି।

Keterina

କେବଳ ଯେ ପ୍ରେମ ସମ୍ପର୍କ ରହିଛି ତାହା ନୁହେଁ ସେମାନଙ୍କର ଏକ କନ୍ୟା ସନ୍ତାନ ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି। ଜର୍ମାନ ଗଣମାଧ୍ୟମ ସ୍ପାଇଗିଲ ଦ୍ୱାରା ଏହି ଖବର ପ୍ରସାରିତ କରାଯାଇଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନା ମୁତାବକ କେଟେରୀନା ୧୯୮୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ଋଷର ଆରବପତି ବ୍ୟବସାୟୀ କିରିଲ ଶାମଲେବଙ୍କୁ ସେ ପ୍ରଥମ ବିବାହ କରିଥିଲେ ହେଁ ଏହା ଅଧିକ ଦିନ ତିଷ୍ଠି ନଥିଲା। ୨୦୧୭ ଉଭୟେ ଅଲଗା ହୋଇଯାଇଥିଲେ।

Zelensky

ଅନ୍ୟପକ୍ଷରେ ଜଣେ ନୃତ୍ୟଶିଳ୍ପୀ ଥିବା ଜେଲେନସ୍କି କୋରିଓଗ୍ରାଫର ୟାନା ସେରେବ୍ରିକୋବାଙ୍କୁ ବିବାହ କରିଥିଲେ। ୟାନାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ତେବେ, ପୁଟିନଙ୍କର ୟୁକ୍ରେନ ଉପରେ ରୋଷ ରହିଥିଲେ ସୁଦ୍ଧା କେଟେରୀନା ଏବଂ ଜେଲେନସ୍କି ଅନେକ ଦିନ ପର୍ଯ୍ୟନ୍ତ ମ୍ୟୁନିକରେ ରହୁଥିବା କୁହାଯାଏ। ଏପରିକି ଗତ ଦୁଇବର୍ଷ ମଧ୍ୟରେ କେଟେରୀନା ଜେଲେନସ୍କିଙ୍କୁ ଭେଟିବା ପାଇଁ ପ୍ରାୟ ୫୦ ଥର ୟୁକ୍ରେନ ଆସିଥିବା ଜଣାପଡିଛି।