ଏବେ ଜେଲ୍ ଭିତରେ ରୋମାନ୍ସ କରି ପାରିବେ କଏଦୀ, ମିଳିବ ୨ ଘଣ୍ଟା ସମୟ, ଭାରତରେ ମିଳିବ ଏହି ସୁବିଧା, ଜାଣନ୍ତୁ ପୂରା ଖବର

 
Jail romance

ଏଣିକି ଜେଲ୍ ଭିତରେ ରୋମାନ୍ସ କରିବାର ସୁଯୋଗ ପାଇବେ କଏଦୀ। କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ଏହା ସମ୍ପୂର୍ଣ୍ଣ ଭାବରେ ସତ। ଅନ୍ୟ କୌଣସି ଦେଶ ନୁହେଁ ବରଂ ଖୋଦ୍ ଭାରତର ପଞ୍ଜାବର ଦୁଇଟି ଜେଲରେ ଏଭଳି ସୁଯୋଗ ପ୍ରଦାନ କରାଯିବ। ଦୀର୍ଘଦିନ ଧରି ଜେଲ୍ ଭିତରେ ରହିଥିବା କଏଦୀମାନଙ୍କ ଦାମ୍ପତ୍ୟ ଜୀବନ ଆଗକୁ ନେବା ସହିତ ସେମାନଙ୍କର ମାନସିକ ଅବସ୍ଥାକୁ ଠିକ୍ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

Romance

ପଞ୍ଜାବର ଗୋଣ୍ଡିୱାଲ ସାହିବ, ନବହାରେ ଥିବା ନୂଆ ଜେଲ ଓ ଭଟିଣ୍ଡାରେ ଥିବା ନୂଆ ଜେଲରେ ଏହି ନୂଆ ସୁବିଧା ପ୍ରଦାନ କରାଯିବ। ଏଥିପାଇଁ ଏଠାରେ ଏକ ସ୍ୱତନ୍ତ୍ର ରୁମ୍ ପ୍ରସ୍ତୁତ କରାଯାଇଛି। ଏଥିପାଇଁ କଏଦୀମାନଙ୍କୁ ପ୍ରତି ୨ ମାସକୁ ୨ ଘଣ୍ଟା ସମୟ ପ୍ରଦାନ କରାଯିବ। ତେବେ, ଏହି ସୁଯୋଗ ପାଇବା ପାଇଁ ହେଲେ ଅନେକ ସର୍ତ୍ତାବଳୀ ଓ ନିୟମ ମଧ୍ୟ ରହିଛି।

Jail

ପ୍ରଥମତଃ କଏଦୀ ମାନେ ଜେଲ୍ ଭିତରେ କେବଳ ନିଜ ପତ୍ନୀଙ୍କ ସହିତ ହିଁ ଶାରୀରିକ ସମ୍ପର୍କ ରଖି ପାରିବେ। ଏଥିପାଇଁ ଜଣେ ମହିଳା/କିମ୍ବା ପୁରୁଷଙ୍କୁ ପ୍ରଥମେ କଏଦୀଙ୍କ ସହ ତାଙ୍କର ବିବାହ ପ୍ରମାଣପତ୍ର ଦେଖାଇବାକୁ ହେବ। ଏଥିସହିତ କୋଭିଡ ଏବଂ ଯୌନ ସଂକ୍ରମଣ ହୋଇନଥିବା ନେଇ ମଧ୍ୟ ପ୍ରମାଣ ଦେବାକୁ ହେବ। ହାର୍ଡକୋର ଅପରାଧୀ, ଗ୍ୟାଙ୍ଗଷ୍ଟର ଓ ଯୌନ ନିର୍ଯାତନା ଭଳି ଅପରାଧରେ ଗିରଫ ହୋଇଥିବା କଏଦୀଙ୍କୁ ଏହି ସୁବିଧା ମିଳିବନାହିଁ।